ଦେଶ ବିଦେଶ

୨୫୫ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଏହି ବ୍ୟକ୍ତି, ଏବେ ଗଣିବେ ୧.୩୪ ଲକ୍ଷ ଟଙ୍କା

ଯଦି ଆପଣ ଟ୍ରାଫିକ ନିୟମ ଭାଙ୍ଗି ମନ ଇଚ୍ଛା ଯାତ୍ରା କରୁଛନ୍ତି । ତେବେ ସାବଧାନ ହୋଇଯାଅନ୍ତୁ । କାରଣ ଆପଣ ଯେତେ ଚାଲାକ ହୁଅନ୍ତୁ ନା କାହିଁକି ପୋଲିସ ହାତରୁ ବଞ୍ଚି ପାରିବେନି । କାରଣ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଏପରି କିଛି କରି ଫସି ଯାଇଛନ୍ତି । ୨୫୫ ଥର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ପୋଲିସ ଏହି ବ୍ୟକ୍ତିଙ୍କ ଉପରେ ୧.୩୪ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଏହା ବ୍ୟତୀତ ତାଙ୍କ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି ।

ରିପୋର୍ଟ ଅନୁଯାୟୀ ଟ୍ରାଫିକ ପୋଲିସମାନେ ସ୍ମାର୍ଟ ହୋଇଯାଇଛନ୍ତି । ଏମାନେ କ୍ୟାମେରା ଦ୍ୱାରା ସମସ୍ତଙ୍କ ଉପରେ ନଜର ରଖୁଛନ୍ତି, କିନ୍ତୁ ବେଙ୍ଗାଲୁରୁରେ ରହୁଥିବା ଏଲୁମଲାଇଙ୍କୁ ଏ ବିଷୟରେ କିଛି ବି ଜଣା ନଥିଲା । ଶ୍ରମିକ ଭାବରେ କାମ କରୁଥିବା ଏଲୁମଲାଇ ଗତ ଦୁଇ-ତିନି ବର୍ଷ ମଧ୍ୟରେ ଟ୍ରାଫିକ୍ ନିୟମକୁ ଅନେକ ଥର ଉଲ୍ଲଂଘନ କରିଛନ୍ତି । ସେ ଭାବୁଥିଲେ ଯେ ସେ ପ୍ରତ୍ୟେକ ଥର ଟ୍ରାଫିକ ପୋଲିସ ଠାରୁ ଖସି ଯାଇଛନ୍ତି । କିନ୍ତୁ ସେ ଜାଣି ନଥିଲେ ଯେ ତାଙ୍କ ଘର ନିକଟରେ ହିଁ ଟ୍ରାଫିକ ପୋଲିସ କ୍ୟାମେରା ଲଗାଯାଇଛି ଏବଂ ପ୍ରତ୍ୟେକ ଥର ସେ ଟ୍ରାଫିକ ନିୟମ ଭାଙ୍ଗୁଥିବା ସମୟରେ କ୍ୟାମେରାରେ କଏଦ ହୋଇଛନ୍ତି ।

ଏଲୁମଲାଇ ଥରେ କିମ୍ବା ଦୁଇଥର ନୁହେଁ ବରଂ ୨୫୫ ଥର ଏପରି ନିୟମ ଭାଙ୍ଗିଛନ୍ତି । ପୋଲିସ ଯେତେବେଳେ ଏଭଳି ଗାଡିଗୁଡିକର ଏକ ତାଲିକା ପ୍ରସ୍ତୁତ କରୁଥିଲେ ସେତେବେଳେ ସେମାନେ ଏଲୁମଲାଇ ବିଷୟରେ ସୂଚନା ପାଇଥିଲେ । ଏହା ପରେ ଏଳୁମଲାଇ ୧୦,୦୦୦ ଟଙ୍କା ଜରିମାନା ଦେଇ ୨୦ ଟି ମାମଲା ସମାଧାନ କରିଥିଲେ । କିନ୍ତୁ ଜରିମାନେ ଦେବା ପରେ ଟ୍ରାଫିକ ନିୟମ ଭାଙ୍ଗିବା ଜାରି ରଖିଥିଲେ ଏଲୁମଲାଇ । ଫଳରେ ପୋଲିସ ତାଙ୍କ ସ୍କୁଟରକୁ ଜବତ କରିଥିଲା । ଏବଂ ତାଙ୍କ ଘରେ ୧.୩୪ ଲକ୍ଷ ଟଙ୍କାର ଏକ ଜରିମାନା ନୋଟିସ ଆସିଛି । ୫୦ ଥରରୁ ଅଧିକ ଥର ସେ ହେଲମେଟ ବିନା ସ୍କୁଟିରେ ଯାତ୍ରା କରୁଥିବା କ୍ୟାମେରାରେ କଏଦ ହୋଇଥିଲା । ଏହା ବ୍ୟତୀତ ସିଗନାଲ ଭାଙ୍ଗିବା ସହ ରାସ୍ତାର ଭୁଲ ପାର୍ଶ୍ୱରେ ଗାଡି ଚଳାଇଥିବାରୁ ତାଙ୍କ ଉପରେ ଜରିମାନା ଲଗାଯାଇଛି ।

Subhalaxmi Das

Recent Posts

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

11 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

23 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

35 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago