ଅଫିସ୍‌ରୁ ଫେରି ସବୁଦିନ ନିଜ ଦୁର୍ଗନ୍ଧଯୁକ୍ତ ମୋଜା ଶୁଙ୍ଘୁଥିଲେ ଏହି ବ୍ୟକ୍ତି, ଏକ୍ସ-ରେ ରିପୋର୍ଟ ଦେଖିଲା ପରେ ଉଡ଼ିଗଲା ଡାକ୍ତରଙ୍କ ହୋସ୍‌

ଫୁସ୍‌ଫୁସରେ ଗମ୍ଭୀର ଭାବେ ଇନ୍‌ଫେକଶନ ହୋଇଥିବାରୁ ଦକ୍ଷିଣ-ପୂର୍ବ ଚୀନର ଝାଙ୍ଗ୍‌ଝୁ ସହରର ଜଣେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଯେବେ ଡାକ୍ତରଙ୍କୁ ଇନ୍‌ଫେକଶନର କାରଣ ଜଣାପଡ଼ିଥିଲା, ସେବେ ତାଙ୍କ ହୋସ୍‌ ଉଡ଼ିଗଲା।

ସାଧାରଣତଃ ଡ୍ରଗ୍ସ, ସିଗାରେଟ୍‌ କିମ୍ବା ମଦ ଅଧିକ ପରିମାଣର ପିଇଲେ, ଜଣଙ୍କୁ ଫୁସ୍‌ଫୁସ ଇନ୍‌ଫେକଶନ ହେବାର ଯଥେଷ୍ଟ ସମ୍ଭାବନା ଥାଏ। କିନ୍ତୁ ବ୍ୟକ୍ତି ଜଣକ ନିଜ ମୋଜା ଶୁଙ୍ଘି ସଂକ୍ରମଣର ଶିକାର ହୋଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ।

ଏହାସହ ପଢ଼ନ୍ତୁ: ୬ ହଜାର ଟଙ୍କାର ଖାଦ୍ୟ ଖାଇ ରେସ୍ତୋରାଁକୁ ଟିପ୍‌ ଦେଲେ ୮୩ ହଜାର ଟଙ୍କା! ଚକିତ ହୋଇ ରହିଗଲେ କର୍ମଚାରୀ

ମିଡିଆ ଖବର ମୁତାବକ, ଏହି ବ୍ୟକ୍ତି ଅଫିସରୁ ଘରକୁ ଆସିବା ପରେ ନିଜର ଦୁର୍ଗନ୍ଧଯୁକ୍ତ ମୋଜା ଶୁଙ୍ଘିବା ଆରମ୍ଭ କରିଦେଉଥିଲେ। ଏହା ତାଙ୍କର ନିତିଦିନିଆ କାମ ଥିଲା। ବହୁତ ଲମ୍ବା ସମୟ ଧରି ସେ ଏହି କାମ କରିଆସୁଥିଲେ, ଯେଉଁ କାରଣରୁ ତାଙ୍କ ଫୁସ୍‌ଫୁସରେ ଇନ୍‌ଫେକଶନ ଦିନକୁ ଦିନ ବଢ଼ିବାରେ ଲାଗିଥିଲା।

ଏହାସହ ପଢ଼ନ୍ତୁ: ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଲୋକଙ୍କୁ ଦିଆଗଲା ଚରସ କେକ୍‌, ନିଶାରେ ଚୁର୍‌ ହେଲେ ଲୋକେ

ବ୍ୟକ୍ତିଙ୍କୁ ଶ୍ୱାସ ନେବାରେ ବହୁତ କଷ୍ଟ ଅନୁଭବ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲର ଇମରଜେନ୍ସି ଓ୍ଵାର୍ଡରେ ଭର୍ତ୍ତିି କରାଯାଇଥିଲା। ଡାକ୍ତର ତାଙ୍କର ଏକ୍ସ-ରେ କରିଥିଲେ। ରିପୋର୍ଟରୁ ଜଣାପଡ଼ିଥିଲା, ବ୍ୟକ୍ତିଙ୍କ ଫୁସ୍‌ଫୁସରେ ଗମ୍ଭୀର ରୂପରେ ସଂକ୍ରମଣ ହୋଇଛି। ବର୍ତ୍ତମାନ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.