ଦେଶ ବିଦେଶ

ଅଯୋଧ୍ୟାରେ ହେବ ରାମ ଲୀଲା,ଅଭିନୟ କରିବେ ବଲିଉଡ୍‌ ଅଭିନେତାଙ୍କ ସହ ବିଜେପି ସାଂସଦ

ଅଯୋଧ୍ୟା : ରାମ ମନ୍ଦିର ଭୂମୀ ପୂଜନ ପରେ ଏବେ ଉତ୍ତର ପ୍ରଦେଶରେ ସଂସ୍କୃତି ବିଭାଗ ଆୟୋଜନ କରିବାକୁ ଯାଉଛି ଏକ ବିଶେଷ କାର୍ଯ୍ୟକ୍ରମ ରାମଲୀଳା । ଏଥିରେ ଅଭିନୟ କରିବାକୁ ଯାଉଛନ୍ତି ବଲିଉଡର ଅଭିନେତାଙ୍କ ସହ କିଛି ସାଂସଦ । ଜଣାଯାଛି ଯେ ରାବଣ ଭୂମିକାରେ ଅଭିନେତା ଶାହାବାଜ୍‌ ଖାନ୍‌ ଅଭିନୟ କରୁଥିବା ବେଳେ ତାଙ୍କ ସହିତ ଆଶୁତୋଷ ରାଣା, ଗୋରଖପୁର ବିଜେପି ସାଂସଦ ରବି କିଶନ୍‌ ଏବଂ ମନୋଜ ତିଓ୍ଵାରୀ ମଧ୍ୟ ରାମଲୀଳାରେ ଅଭିନୟ କରିବେ ।

ଉତ୍ତରପ୍ରଦେଶ ସାଂସ୍କୃତିକ ବିଭାଗ ଏହାର ଆୟୋଜନ କରୁଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତିକୁ ଅପେକ୍ଷା କରାଯାଇଛି । ପ୍ରଥମଥର ପାଇଁ ଏଥିରେ ଫିଲ୍ମ କଳାକାରଙ୍କ ସହ ବିଦେଶୀ କଳାକାର ମଧ୍ୟ ସାମିଲ୍‌ ହେବେ । ଗୋରଖପୁର ସାଂସଦ ରବି କିଶନ ଭରତ ଚରିତ୍ରରେ ଅଭିନୟ କରୁଥିବା ବେଳେ ମନୋଜ ତିଓ୍ଵାରୀ ଅଙ୍ଗଦ, ବିନ୍ଦୁ ଦାରା ସିଂହ ହନୁମାନ ଓ ଶାହବାଜ୍‌ ଖାନ୍‌ ରାବଣ ଭୂମିକାରେ ଅଭିନୟ କରିବେ ।

ତେବେ ମୁଖ୍ୟ ଚରିତ୍ର ରାମ-ସୀତା ପାଇଁ କଳାକାର ଚୟନ କରାଯାଇ ନାହିଁ । ରାମାୟଣର ପୂର୍ବ କଳାକାରଙ୍କୁ ମଧ୍ୟ ଏଥିପାଇଁ ଆମନ୍ତ୍ରିତ କରାଯିବ । ରାମ ଜନ୍ମଭୁମୀ ଟ୍ରଷ୍ଟ ଏହି କାର୍ଯ୍ୟରେ ସହଯୋଗ କରିବ । ଦୀର୍ଘ ଦିନରୁ ଚାଲିଆସିଥିବା ଏହି ପରମ୍ପରା ଚଳିତ ବର୍ଷ ଏକ ନିଆରା ଢ଼ଙ୍ଗରେ ହେବ ବୋଲି ଜଣାପଡ଼ିଛି ।

Niharanjan

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

13 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

45 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

48 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

54 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago