ସଂସଦ ଇତିହାସରେ ପ୍ରଥମ, ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ
ନୂଆଦିଲ୍ଲୀ: ସଂସଦ ଇତିହାସରେ ପ୍ରଥମ । ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ। ସ୍ପିକର ପଦ ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ପ୍ରାର୍ଥୀ ଦେଇଛନ୍ତି। NDA ମେଣ୍ଟ ପକ୍ଷରୁ ଓମ ବିର୍ଲା ଓ ଇଣ୍ଡିଆ ଆଲାୟନ୍ସ ପକ୍ଷରୁ କେ. ସୁରେଶ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ଦିନ ୧୧ଟାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ଦେଶ ସ୍ବାଧୀନତା ପରଠୁ କେବେବି ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇନାହିଁ । ସବୁ ବେଳେ ସହମତିରେ ସ୍ପିକର ମନୋନୀତ ହୋଇ ଆସୁଥିଲେ ।
ତେବେ ଚଳିତ ଥର ଏଥିରେ ବ୍ୟତିକ୍ରମ ଘଟିଛି । ୨୦୨୪ ନିର୍ବାଚନରେ ଲୋକସଭାରେ ଶାସକ ମେଣ୍ଟର ଆସନ ସଂଖ୍ୟା କମିଥିବା ବେଳେ ସଶକ୍ତ ବିରୋଧୀ ଅଛନ୍ତି । ଲୋକସଭାରେ ବିଜେପି ନେତୃତ୍ବାଧୀନ ଏନଡିଏର ସଦସ୍ୟ ସଂଖ୍ୟା ୨୯୩ । ବିଜେପିର କେବଳ ୨୪୦ ସାଂସଦ ଅଛନ୍ତି। ସେହିପରି ଟିଡିପିର ୧୬ ଓ ଜେଡିୟୁର ୧୨ ସାଂସଦ। ବିରୋଧୀ ଇଣ୍ଡିଆ ଆଲାୟନ୍ସ ଲୋକସଭାରେ ୨୩୩ ଆସନରେ ଜିତିଛି। ଲୋକସଭା ଉପବାଚସ୍ପତି ପଦ ଚାହୁଁଥିଲା ଇଣ୍ଡିଆ ମେଣ୍ଟ । ଉପବାଚସ୍ପତି ପଦ ମିଳିଲେ ବାଚସ୍ପତି ପଦ ରେସରୁ ଓହରିଯିବ ବୋଲି ରାହୁଳ ଗାନ୍ଧୀ କହିଥଲେ । ତେବେ ଏଥିରେ ଶାସକ ଦଳ ରାଜି ନ ହେବାରୁ ପ୍ରଥମ ଥର ବାଚସ୍ପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ହେବ ।