ପରୀକ୍ଷା ପାସ୍ କରିବା ପାଇଁ ମହିଳା ସାଂସଦ କଲେ ଏଭଳି ଲଜ୍ଜାଜନକ କାମ, ୟୁନିଭର୍ସିଟିରୁ ହେବାକୁ ପଡ଼ିଲା ନିଲମ୍ବିତ

ବାଂଲାଦେଶର ଜଣେ ମହିଳା ସାଂସଦ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଏମିତି ଢଙ୍ଗ ଆପଣାଇଥିଲେ, ଯେଉଁଥିପାଇଁ ଶେଷରେ ତାଙ୍କୁ ୟୁନିଭର୍ସିଟିରୁ ନିଲମ୍ବିତ ହେବାକୁ ପଡ଼ିଛି। ସାଂସଦ ଜଣକ ପରୀକ୍ଷାର ଅଲଗା ଅଲଗା ଦିନ ନିଜର ୮ଜଣ ଡ୍ୟୁପ୍ଲିକେଟ୍‌ଙ୍କୁ ପରୀକ୍ଷା କେନ୍ଦ୍ରରେ ବସାଇଥିଲେ। ହେଲେ ପରୀକ୍ଷା ଦେବା ସମୟରେ ଜଣଙ୍କୁ ଧରାଯାଇଛି। ତମନ୍ନା ନୁସରତ, ଯିଏକି ବାଂଲାଦେଶର ଶାସକ ଦଳ ଆଓ୍ଵାମୀ ଲିଗ୍‌ର ସାଂସଦ ଅଟନ୍ତି। ସୂଚନା ମୁତାବକ, ତମନ୍ନା ଏଠାରେ ମୁକ୍ତ ବିଶ୍ୱବିଦ୍ୟାଳୟରେ ବ୍ୟାଚେଲର୍ସ ଅଫ୍ ଆର୍ଟସ(ବିଏ) ପାଠ ପଢ଼ୁଛନ୍ତି।

ସାଂସଦ ତମନ୍ନାଙ୍କ ଜାଗାରେ ତାଙ୍କ ଡ୍ୟୁପ୍ଲିକେଟ୍ ପରୀକ୍ଷା କେନ୍ଦ୍ରରେ ବସିଥିବା ଖବର ଗତ ୫-୬ଦିନ ତଳେ ଏକ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିଲା। ଉକ୍ତ ଚ୍ୟାନେଲର ଜଣେ ରିପୋର୍ଟରଙ୍କ ନଜର ଯେତେବେଳେ ପରୀକ୍ଷା କେନ୍ଦ୍ରରେ ବସିଥିବା ସାଂସଦଙ୍କ ଡ୍ୟୁପ୍ଲିକେଟ ଉପରେ ପଡ଼ିଥିଲା, ସେତେବେଳେ ଘଟଣାର ଖୁଲାସା ହୋଇଥିଲା। ସାଂସଦଙ୍କ ଡ୍ୟୁପ୍ଲିକେଟଙ୍କ ସହ ସେଠାରେ କେତେଜଣ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ। କିନ୍ତୁ କାହାର ନଜର ଏହି ମହିଳାଙ୍କ ଉପରେ ପଡ଼ି ନ ଥିଲା।

ଏହାସହ ପଢ଼ନ୍ତୁ: ଦେଖନ୍ତୁ କେତେ ଭୟଙ୍କର ଏହି ବ୍ୟକ୍ତି ଜଣକ, ବର୍ଷ ବର୍ଷ ଧରି ଖାଉଥିଲେ ଭାଲୁର ଗୁପ୍ତାଙ୍ଗ, ୬ ବର୍ଷ ପରେ ପୋଲିସ କଲା ଗିରଫ

ସେଠାକାର ଏକ ନ୍ୟୁଜ୍ ଚ୍ୟାନେଲର ଖବର ମୁତାବକ, ୟୁନିଭର୍ସିଟିରେ ୪ଟି ପର୍ଯ୍ୟାୟରେ ୧୩ଟି ପରୀକ୍ଷା ହୋଇଥିଲା। କିନ୍ତୁ କୌଣସି ପରୀକ୍ଷାରେ ସାଂସଦ ହଲ୍‌ରେ ବସି ନ ଥିଲେ। ସାଂସଦଙ୍କ ଏଭଳି କାମକୁ ନେଇ ୟୁନିଭର୍ସିଟି ଅଧ୍ୟକ୍ଷ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସକ କହିଛନ୍ତି, ନୁସରତଙ୍କ ରେଜିଷ୍ଟ୍ରେଶନକୁ ରଦ୍ଦ କରି ଦିଆଯାଇଛି। ଏବେ ତାଙ୍କୁ କୌଣସି ପରୀକ୍ଷାରେ ବସିବା ପାଇଁ ଅନୁମତି ଦିଆଯିବ ନାହିଁ। ଏହି ମାମଲାର ତଦନ୍ତ ଲାଗି ଏକ କମିଟି ଗଠନ କରାଯାଇଛି। କମିଟି ତା’ର ତଦନ୍ତ ଆରମ୍ଭ କରିଦେଇଛି।