ମହିଳାଙ୍କ ଅଜବ ସଉକ, ଯାହାକୁ ପୂରା କରିବା ପାଇଁ ଖର୍ଚ୍ଚ କରି ଦିଅନ୍ତି କୋଟି କୋଟି ଟଙ୍କା!

ଦୁନିଆରେ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କର ରହିଛି ଅଜବ ସଉକ। ସେ ଏହି ସଉକକୁ ପୂରା କରିବା ପାଇଁ ଖର୍ଚ୍ଚ କରି ଦିଅନ୍ତି କୋଟି କୋଟି ଟଙ୍କା। ପ୍ରତ୍ୟେକ ଦିନ ଗାଧୋଇବାରେ ସେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦିଅନ୍ତି। ଆଜ୍ଞା ହଁ, ଆଶ୍ଚଯ୍ୟର୍ ହୁଅନ୍ତୁ ନାହିଁ। ଘଟଣାଟି ପୂରାପୂରି ସତ। ଆମେ କହୁଛୁ ନତାଲିଆ ଶମାରେନକୋଆଙ୍କ ବିଷୟରେ। ୧୯୭୭ ମେ ୧୮ରେ ତାଙ୍କର ଜନ୍ମ ହୋଇଥିଲା। ପାକିସ୍ତାନରେ ରହୁଥିବା ବ୍ରିଟିଶ କୋଟିପତି ମହମ୍ମଦ ଜହୁରଙ୍କୁ ବିବାହ କରିବା ପରେ ନତାଲିଆ ନିଜ ନାଁ ବଦଳାଇ କମଲିଆ ଜହୁର ରଖିଛନ୍ତି।

woman1

ସେ ଯେତିକି ଖର୍ଚ୍ଚ ନିଜ ସୁନ୍ଦରତା ଉପରେ ନେଇ କରନ୍ତି, ତା’ଠାରୁ ଅଧିକ ନିଜ ଲାଇଫ୍ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଖାସ୍ କଥା ହେଉଛି, କମଲିଆ ଗାଧୋଇବାରେ କୋଟି କୋଟି ଟଙ୍କା ବରବାଦ କରି ଦିଅନ୍ତି। ଶାମ୍ପେନ୍‌ରେ ଗାଧୋଇବା ତାଙ୍କର ସଉକ ରହିଛି। ଏହି ଦମ୍ପତିଙ୍କ ପାଖରେ ଧନ, ଦୌଲତର କୌଣସି ଅଭାବ ନାହିଁ। ଏମାନଙ୍କ ପାଖରେ ୧୦ଟି ଘର, ପ୍ରାଇଭେଟ୍ ଜେଟ୍ ଏବଂ ୫ ମିଲିୟନ୍ ୟୁରୋର ୟାର୍ଟ ମଧ୍ୟ ରହିଛି।

wo1

ଏହାସହ ପଢ଼ନ୍ତୁ: ଚାଷୀ ଘରକୁ ପଶିଆସିଲା ଦୁଇମୁଣ୍ଡିଆ ସାପ, ହେଲା ଏମିତି କିଛି, ଯାହାକୁ ଦେଖିଲେ ଆପଣ ବି ଭୟ କରିଯିବେ

ଅଭିନେତ୍ରୀ, ମଡେଲ ତଥା ସିଙ୍ଗର କମଲିଆ କିଣାବିକାରେ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦିଅନ୍ତି। ସେ ହୀରା ଖଚିତ ଘଣ୍ଟା ପିନ୍ଧିଥାଆନ୍ତି, ଯାହାର ମୂଲ୍ୟ ୪୦ ଲକ୍ଷରୁ ଅଧିକ ଟଙ୍କା। ତାଙ୍କ ଚଷମାର ମୂଲ୍ୟ ୪ ଲକ୍ଷ ଟଙ୍କା। କମଲିଆଙ୍କ ଘରେ ୨୨ଜଣ ଚାକର ଅଛନ୍ତି, ଯେଉଁମାନଙ୍କ ମାସିକ ଦରମା ୧.୯୪ କୋଟିରୁ ଅଧିକ। ଏହି ଦମ୍ପତି ସମସ୍ତ ଧନ ମଉଜ, ମଜଲିସ୍‌ରେ ଖର୍ଚ୍ଚ କରି ଦିଅନ୍ତି। ୨୦୦୮ରେ କମଲିଆ ମିସେଜ୍ ଓ୍ଵାର୍ଲ୍ଡର ମୁକୁଟ ଜିତିଥିଲେ। ଦମ୍ପତିଙ୍କର ଦୁଇଟି ଯାଆଁଳା ଝିଅ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.