୪୦ହଜାରରୁ ଅଧିକ ଫଲୋର୍ସ ଥିବା ଏହି ଟିକଟକ ଷ୍ଟାର ବାସ୍ତବିକ ଜୀବନରେ ଜଣେ ଲୁଟେରା, ଯାହାକୁ ଗିରଫ କରିଛି ଗ୍ରେଟର ନଏଡା ପୋଲିସ୍
ଆଜିକାଲି ଲୋକ ନିଜର ସୌକ୍ ପୁରଣ କରିବା ପାଇଁ ଅପରାଧ କରିବାକୁ ବି ପଛାଉନାହାନ୍ତି । ୟୁପି ପୋଲିସ୍ ଏମିତି ଏକ ଅପରାଧୀକୁ କାବୁ କରିଛି ଯିଏ ଟିକଟକରେ ଶାହରୁଖ୍ ନାରେ ଆଇଡି କରି ଖୁବ୍ ଲୋକପ୍ରିୟ ହୋଇଛି । ଏହି ଲୁଟେରାରୁ ପୋଲିସ୍ ଗରଫ କରିଛି ଯାହାର ଭିଡିଓକୁ ଟିକଟକରେ ଲୋକେ ବହୁତ ପସନ୍ଦ କରିଥାନ୍ତି । ଏହି ଅପରାଧୀ ଜଣଙ୍କର ଟିକଟକରେ ପାଖାପାଖି ୪୦ ହଜାରରୁ ଅଧିକ ଫଲୋର୍ସ ଅଛନ୍ତି ।
ମୋବାଇଲ ଏବଂ ଟଙ୍କା ଲୁଟ କରିଥିବା ମାମଲାରେ ଗ୍ରେଟର ନଏଡା ପୋଲିସ୍ ୪ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଗିରଫଦାରୀରେ ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି କି, ଏମାନଙ୍କ ଭିତରୁ ଜଣେ ଅପରାଧୀ ଜଣେ ଫେମସ୍ ଟିକଟକ ଷ୍ଟାର । ଯାହାର ଆଇଡି ଶାହରୁଖ୍ ନାରେ ରହିଛି । ଯିଏ ବହୁ ଷ୍ଟାଇଲିସ୍ ଡାନ୍ସର ଭାବେ ଟିକଟକରେ ଫେମସ୍ ।
ସୂଚନା ମୁତାବକ ଗ୍ରେଟର ନଏଡାରେ ଗତ କିଛି ଦିନ ହେବ ବାଇକରେ ଆସି ଲୁଟେରା ମାନେ ଲୁଟର ଆତଙ୍କ ଖେଳାଉଥିଲେ । ଅସ୍ତ୍ରଶସ୍ତ୍ର ଦେଖାଇ ସାଧାରଣ ଲୋକମାନଙ୍କଠାରୁ ମୋବାଇଲ୍,ଟଙ୍କା ଆଦି ଲୁଟ୍ କରୁଥିଲେ । ଗ୍ରେଟର ନଏଡା ବିଟା-୨ ଥାନା ପୋଲିସଙ୍କୁ କିଛି ଲୁଟେରାଙ୍କ ବିଷୟରେ ସୂଚନା ମିଳିଥିଲା। ଏହାପରେ ପୋଲିସ୍ ଆଲର୍ଟ ରହିବା ସହିତ ପାଟ୍ରୋଲିଙ୍ଗକୁ ବଢାଇ ଦେଇଥିଲା । ଯାହାଫଳରେ ପୋଲିସକୁ ବହୁ ଜଲଦି ସଫଳତା ମିଳିଥିଲା ।
୪ଜଣ ଲୁଟେରାକୁ ନଏଡାର ଅଲଫା –୨ ଅଞ୍ଚଳରୁ ଗିରଫ କରିଥିଲା ପୋଲିସ୍ । ଆଜି ଯାଏ ୬ଟି ଲୁଟ କରିଥିବା ଲୁଟେରା ମାନେ ମାନିଥିବାବେଳେ, ପୋଲିସ୍ ସେମାନଙ୍କ ନିକଟରୁ ୫ଟି ମୋବାଇଲ୍,ଗୋଟେ ବାଇକ୍ ଏବଂ କିଛି ଟଙ୍କା ଜବତ କରିଛି ।
ପୋଲିସ୍ ମୁତାବକ ୨୩ ବର୍ଷୀୟ ଶାହରୁଖ୍ ଏହି ଗ୍ୟାଙ୍ଗର ଲିଡର ଥିଲା ଏବଂ ଲୁଟ ପୂର୍ବରୁ ଚାରିଆଡେ ନଜର ରଖୁଥିଲା । ଏହାସହ ସେ ପୋଲିସର ମୁଭମେଣ୍ଟ ଉପରେ ମଧ୍ୟ ନଜର ରଖୁଥିଲା । ସେ ହିଁ ଲୁଟ୍ ପରେ ସମସ୍ତଙ୍କୁ ଟଙ୍କା ବାଣ୍ଟୁଥିଲା ।