ସଙ୍ଗମସ୍ଥଳ ପ୍ରୟାଗରାଜରେ ଆସିଛି ଭୟଙ୍କର ବନ୍ୟା, ପାଣି ଘେରରେ ଫସିଛନ୍ତିି ଅନେକ ଲୋକ

ପ୍ରାକୃତିକ ବିପର୍ଯ୍ୟୟର ପୁଣି ଏକ କରାଳ ରୂପ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭୟଙ୍କର ବନ୍ୟା ସାରା ଅଞ୍ଚଳକୁ ସମସ୍ୟାରେ ପକାଇଛି। ଗଙ୍ଗା, ଯମୁନାର ସଙ୍ଗମସ୍ଥଳୀ ପ୍ରୟାଗରାଜରେ ଅଚାନକ ବନ୍ୟା ଆସିବା ଫଳରେ ଲୋକମାନଙ୍କ ଜୀବନ ଓ ଜୀବିକା ବାଧା ପ୍ରାପ୍ତ ହୋଇଛି।

ଗଙ୍ଗାରେ ବନ୍ୟା ଆସିବା ପରେ ଏହା ସମ୍ପୂର୍ଣ୍ଣ ଅଞ୍ଚଳକୁ ବୁଡ଼ାଇ ଦେଇଛି। ଏହାସହ ଶାଖା ନଦୀରେ ମଧ୍ୟ ବନ୍ୟା ଜଳ ବଢ଼ିବାରେ ଲାଗିଛି। ପ୍ରୟାଗରାଜର ତଳ ଇଲାକାରେ ପାଖାପାଖି ୫୦୦ ରୁ ଅଧିକ ଘର ପାଣି ଘେରରେ ବୁଡ଼ି ରହିଛି। ଏହାସହ ୪,୫୦୦ରୁ ଅଧିକ ଲୋକ ଘରେ ବନ୍ଦି ହୋଇ ରହିଛନ୍ତି।

uppp
pc: the times of india

ପାଣିର ମାତ୍ରା ପ୍ରଥମ ମହଲା ପର୍ଯ୍ୟନ୍ତ ରହିଥିବାରୁ ଲୋକମାନେ ଛାତ ଉପରେ ରହି ସହାୟତା ଲୋଡ଼ୁଛନ୍ତି। ଏହିସମୟରେ ସରକାର ତଥା ସ୍ୱେଚ୍ଛା ସେବୀ କର୍ମୀ ମାନେ ଆସି ଲୋକମାନଙ୍କୁ ଆବଶ୍ୟକ ଖାଦ୍ୟ ପୁଡ଼ିଆ ପ୍ରଦାନ କରୁଛନ୍ତି। ପାଣିର ମାତ୍ରା ଏତେ ବଢ଼ିଯାଇଛି ଯେ, ଏବେ ରାସ୍ତରେ ଗାଡ଼ି ବଦଳରେ ଡଙ୍ଗା ଯାଉଛି।

ଲୋକମାନେ ଏହା କାରଣରୁ ଘରର ଛାତ ଉପରେ ରହୁଛନ୍ତି। ବିଦ୍ୟୁତର ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏହା କାରଣରୁ ଲୋକମାନଙ୍କ ଘରେ ପାଣିର ଅଭାବ ଦେଖିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.