ଲକଡାଉନ ଯୋଗୁ ଉତ୍ତରାଖଣ୍ଡରେ ଫସି ରହିଛନ୍ତି ହଜାର ହଜାର ପର୍ଯ୍ୟଟକ, ଘରକୁ ପଠେଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର

ଲକଡାଉନ ପରେ ଉତ୍ତରାଖଣ୍ଡରେ ଫସିରହିଛନ୍ତି ବିଭିନ୍ନ ରାଜ୍ୟର ହଜାର ହଜାର ପର୍ଯ୍ୟଟକ । ପବ୍ଲିକ ଟ୍ରାନ୍ସପୋର୍ଟ ଏବଂ ଯାତାୟାତ ବନ୍ଦ ହୋଇଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଏବେ ସରକାର ସେମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରକୁ ପଠେଇବାକୁ ଚାହୁଁଛନ୍ତି ।

ଉତ୍ତରାଖଣ୍ଡ ସରକାର, କେନ୍ଦ୍ର ସରକାରଙ୍କଠାରୁ ଅନୁମତି ନେଇ ସମସ୍ତ ପର୍ଯ୍ୟଟକଙ୍କୁ ନିଜ ନିଜ ରାଜ୍ୟକୁ ପଠେଇବାକୁ ବ୍ୟବସ୍ଥା କରୁଛନ୍ତି । ଫସିରହିଥିବା ଅଧିକାଂଶ ପର୍ଯ୍ୟଟକଙ୍କ ମଧ୍ୟରେ ଗୁଜରାଟ ଏବଂ ଉତ୍ତରପ୍ରଦେଶର ବାସିନ୍ଦା ଅଛନ୍ତି ।

wq

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ପାଖାପାଖି 2100 ପର୍ଯ୍ୟଟକ ଅଛନ୍ତି । କୌଣସି ପ୍ରକାରେ କେନ୍ଦ୍ର ସରକାରଙ୍କ ସହ କଥାବାର୍ତ୍ତା କରାଯାଇ ଅନୁମତି ଅଣାଯିବ । ଏଥିପାଇଁ ବସର ବ୍ୟବସ୍ଥା କରାଯିବ ।

ଅଧିକ ପର୍ଯ୍ୟଟକ ହରିଦ୍ୱାର ଏବଂ ଋଷିକେଶରେ ଅଛନ୍ତି । 400 ପର୍ଯ୍ୟଟକ ଗୁଜରାଟର । ଏହାଛଡା ରାଜସ୍ଥାନ, ହରିୟାଣାର ଲୋକେ ମଧ୍ୟ ଏଠାରେ ଫସିରହିଛନ୍ତି । ଯେଉଁ ଲୋକ ଘରକୁ ଯିବା ପାଇଁ ଚାହୁଁଛି, ସରକାର ସେମାନଙ୍କ ପାଇଁ ବନ୍ଦୋବସ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.