ମହାରାଷ୍ଟ୍ରର ସମୁଦ୍ର ତଟରୁ ମିଳିଲା ‘ଏକେ-୪୭’ ବନ୍ଧୁକ ଭର୍ତ୍ତି ବୋଟ୍‌! ପୋଲିସର ତଦନ୍ତ ଜାରି

ମହାରାଷ୍ଟ୍ରର ହରି ହରେଶ୍ୱର ସମୁଦ୍ର ତଟରେ ଏକ ବିଦେଶୀ ବୋଟ୍‌ ଭାସି ଆସିଥିବାର ଖବର ରହିଛି। ଖାସ୍‌ କଥା ହେଉଛି, ମହାରାଷ୍ଟ୍ରର ରାୟଗଡ଼ ତଟରୁ ମିଳିଥିବା ଏହି ସନ୍ଦିଗ୍ଧ ବୋଟ୍‌ରେ ୩ ଏକେ-୪୭ ରାଇଫଲ ଓ ଗୁଳି ଭର୍ତ୍ତି ହୋଇଥିବାର ଦେଖାଯାଇଥିଲା। କିନ୍ତୁ ଏହି ବୋଟ୍‌ରେ କେହି ବି ବ୍ୟକ୍ତି ନ ଥିଲେ।

ମୁମ୍ବାଇଠାରୁ ପାଖାପାଖି ୧୯୦ କିଲୋମିଟର ଦୂର ଶ୍ରୀବର୍ଦ୍ଧନ ଅଞ୍ଚଳରେ ସ୍ଥାନୀୟ ଲୋକେ ପ୍ରଥମେ ଏହି ବୋଟ୍‌ଟିକୁ ଦେଖିବାକୁ ପାଇଥିଲେ ଏବଂ ଏ ନେଇ ସଙ୍ଗେ ସଙ୍ଗେ ସୁରକ୍ଷା ଏଜେନ୍ସିକୁ ସତର୍କ କରାଇଥିଲେ।

ପୋଲିସ ସୂଚନା ମୁତାବକ, ବୋଟ୍‌ ଓମାନର, ଯାହାକି ଘରୋଇ ସିକ୍ୟୁରିଟିରେ ବ୍ୟବହୃତ ହେଉଥିଲା। ସାମୁଦ୍ରିକ ଦୁର୍ଘଟଣା ପରେ ବୋଟ୍‌ଟି ଭାସି ଭାସି ମହାରାଷ୍ଟ୍ରର ସମୁଦ୍ରରେ ପହଞ୍ଚିଥିଲା। ଯାଞ୍ଚ ସମୟରେ ବୋଟ୍‌ରୁ ଏକ ଲାଇଫ୍‌ ଜ୍ୟାକେଟ୍‌ ମଧ୍ୟ ମିଳିଛି। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.