ନାବାଳିକାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସାଢ଼େ ତିନି ବର୍ଷ ଜେଲଦଣ୍ଡ, ସ୍ୱତନ୍ତ୍ର POCSO କୋର୍ଟ ଦେଇଛନ୍ତି ଏହାର ରାୟ

ଦିନକୁ ଦିନ ଯୁଗ ବଦଳିବା ସହିତ ଆଇନ୍ କାନୁନ ମଧ୍ୟ ବଦଳୁଛି। ତେବେ ପ୍ରାୟ ଦୁଇ ବର୍ଷ ପରେ ଏକ ମାମଲାରେ ରାୟ ପ୍ରଦାନ କରି କୋର୍ଟ ବର୍ତ୍ତମାନ ଦୋଷୀଙ୍କୁ ଦଣ୍ଡିତ କରିଛନ୍ତି। ସ୍ୱତନ୍ତ୍ର POCSO କୋର୍ଟ ମଧ୍ୟ ଦୋଷୀମାନଙ୍କ ଉପରେ ପ୍ରାୟ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଯମୁନାନଗରର ଜଗାଧରୀରେ ଜଣେ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଏକ ସ୍ୱତନ୍ତ୍ର ପୋକସୋ କୋର୍ଟ ଦୋଷୀକୁ ସାଢେ ତିନି ବର୍ଷ ଜେଲ ଦଣ୍ଡ ସହିତ ପ୍ରାୟ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ୨୦୨୦ ମସିହା ଜୁନ୍ ୧୦ ରେ, ପୋଲିସ୍ POCSO ଅଧିନିୟମ ଅନୁଯାୟୀ ଦୋଷୀ ମଧୁବନ ବିରୋଧରେ ମାମଲା ରୁଜୁ କରିଥିଲା।

ପୋଲିସ ନିକଟରେ କରିଥିବା ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ତିନି ପିଲା ଏବଂ ସ୍ୱାମୀଙ୍କ ସହ ଘରର ଏକ କୋଠରୀରେ ରୁହନ୍ତି। ମହିଳା ଜଣକ କହିଥିଲେ ଯେ ସେ ଏକ ଡାକ୍ତରଖାନାରେ କାମ କରନ୍ତି। ସେ ଜୁନ୍ ୯ ତାରିଖରେ ରାତି ସମୟରେ ଡ୍ୟୁଟିରେ ଯାଇଥିଲେ। ତାଙ୍କର ଦୁଇଟି ନାବାଳିକା ଝିଅ, ପାଞ୍ଚ ବର୍ଷର ପୁଅ ଏବଂ ଘରେ ରୋଗ ଗ୍ରସ୍ତ ସ୍ୱାମୀ ଥିଲେ।

ରାତି ପ୍ରାୟ ୧.୩୦ ସମୟରେ ମଧୁବନ୍ ଓରଫ୍ ନାଥି ତାଙ୍କ କୋଠରୀକୁ ଆସି ଭୁଲ ଉଦ୍ଦେଶ୍ୟରେ ତାଙ୍କର ୧୩ ବର୍ଷର ଝିଅ ସହ ଅସଦାଚରଣ କରିଥିଲେ। ଯାହା ଦେଖି ତାଙ୍କ ଝିଅ ଚିତ୍କାର କରିବାକୁ ଲାଗିଲା। ଝିଅର ଚିତ୍କାର ଶୁଣି ପରିବାର ଅନ୍ୟ ସଦସ୍ୟ ଉଠିଥିଲେ ଓ ଘର ପାଖରେ ଥିବା ଅନ୍ୟ ପଡୋଶୀ ମଧ୍ୟ ସେଠାକୁ ଆସିଥିଲେ। ଏହା ପରେ ପଡୋଶୀ ଘଟଣା ଦେଖି ଅଭିଯୁକ୍ତକୁ ଧରି ପୋଲିସ ଷ୍ଟେସନ ଯାଇଥିଲେ। ପୀଡିତାଙ୍କୁ ମେଡିକାଲ ଏବଂ କାଉନସେଲିଂ କରି ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ପ୍ରାୟ ଦୁଇ ବର୍ଷ ପରେ ଏହି ମାମଲାରେ ରାୟ ପ୍ରଦାନ କରୁଥିବା ବେଳେ କୋର୍ଟ ବର୍ତ୍ତମାନ ଦୋଷୀଙ୍କୁ ଦଣ୍ଡିତ କରିଛନ୍ତି। ପୁଣି ଆଗକୁ ଯଦି ଏପରି କୌଣସି କେସ୍ ଆସେ ତେବେ ଅଭିଯୁକ୍ତଙ୍କୁ ପ୍ରାୟ ସାଢ଼େ ୩ ବର୍ଷ ଜେଲ ହେବା ସହିତ ୫୦,୦୦୦ ଟଙ୍କା ମଧ୍ୟ ଜରିମାନା ଦେବାକୁ ପଡ଼ିବ। ତେଣୁ ଏପରି କୌଣସି କାମ ମଧ୍ୟ କରିବା ଉଚିତ୍ ନୁହେଁ ଯାହା ଦ୍ଵାରା ଆଇନ୍ କାନୁନ୍ ହାତକୁ ନେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.