କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ହିନ୍ଦୁ ମନ୍ଦିର ବାହାରେ ଖାଲିସ୍ତାନୀଙ୍କ ବିରୋଧରେ ଅଂଶଗ୍ରହଣ କରିଥିବା କାନାଡା ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ବ୍ରାମ୍ପଟନରେ ଓଣ୍ଟାରିୟୋ କୋର୍ଟ ଅଫ୍ ଜଷ୍ଟିସ୍ ପାଖରେ ହାଜର କରାଯିବ । ଗିରଫ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ହେଲେ ୨୩ ବର୍ଷୀୟ ବିକାଶ ଏବଂ ୩୧ ବର୍ଷୀୟ ମୃତପାଲ ସିଂ । ବ୍ରାମ୍ପଟନରେ ହିନ୍ଦୁ ସଭା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଖାଲିସ୍ତାନୀ ସମର୍ଥକ ଆକ୍ରମଣ କରିଥିଲେ । ଖଲିସ୍ତାନୀ ପତାକା ଧରିବା ସହ ଶ୍ରଦ୍ଧାଳୁଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା । ବ୍ରାମ୍ପଟନ ମନ୍ଦିରରେ ଆକ୍ରମଣ ବେଳେ ମନ୍ଦିର ବାହାରେ କନସୁଲାର କ୍ୟାମ୍ପ ଚାଲିଥିଲା।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ୨୩ ବର୍ଷୀୟ ବିକାଶ ଏବଂ ୩୧ ବର୍ଷୀୟ ଅମୃତପାଲ ସିଂହ । ସେହିପରି ନିଲମ୍ବିତ ପୋଲିସ କର୍ମୀ ହେଉଛନ୍ତି ହରିନ୍ଦର ସୋହି । ଇଣ୍ଟରନେଟରେ ଭାଇରାଲ୍ ହୋଇଥିବା ଭିଡିଓକୁ ଯାଞ୍ଚ କରାଯାଇଛି । ଯେଉଁଥିରେ ଜଣେ ଅନ୍-ଡ୍ୟୁଟି ପୋଲିସ କର୍ମୀ ମନ୍ଦିର ବାହାରେ ଖଲିସ୍ତାନୀ ସମର୍ଥକଙ୍କ ସହ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହା କମ୍ୟୁନିଟି ସେଫ୍ଟି ଆଣ୍ଡ୍ ପୋଲିସିଂ ଆକ୍ଟର ଉଲ୍ଲଙ୍ଘନ ହୋଇଛି ।
ଭିଡ଼ିଓରେ ଦେଖିବାକୁ ମିଳିଥିଲା କି, ଖାଲିସ୍ତାନୀ ହାତରେ ହଳଦିଆ ପତାକା ଧରି ମନ୍ଦିର ପରିସରରେ ହଙ୍ଗାମା କରିବା ସହ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ । ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ଏକ ଲାଠିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲେ । କାନାଡ଼ାରେ ୨୦୨୨ ପରଠାରୁ ପାଖାପାଖି ୨୦ରୁ ଅଧିକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କରିଛନ୍ତି ।