ପୃଥିବୀ ପାଖ ଦେଇ ଗତି କରିବ ୩ ବିଶାଳକାୟ ଆଷ୍ଟ୍ରଏଡ଼, ନାସାର ତୀକ୍ଷ୍ଣ ନଜର

ନୂଆଦିଲ୍ଲୀ: ପୃଥିବୀ ପାଖ ଦେଇ ଗତି କରିବ ୩ ବିଶାଳକାୟ ଆଷ୍ଟ୍ରଏଡ଼। ଚଳିତ ମାସରେ ପୃଥିବୀର ଖୁବ୍‌ ନିକଟ ଦେଇ ଗତି କରିବ ୩ ଆଷ୍ଟ୍ରଏଡ଼ । ଏହା ଉପରେ ନାସାର ତୀକ୍ଷ୍ଣ ନଜର ରଖିଛି। 2010RJ53 ନାମକ ଏକ ଆଷ୍ଟ୍ରଏଡ଼ ଆଜି ପୃଥବୀ ନିକଟତର ହେବ। ପୃଥିବୀ ଠାରୁ ୩ଲକ୍ଷ ୬୬ହଜାର କିଲୋମିଟର ଦୂରରେ ଗତି କରିବ ଏହି ଆଷ୍ଟ୍ରଏଡ଼ । ୭୭୪ ମିଟର ଲମ୍ବର ଏହି ଆଷ୍ଟ୍ରଏଡ଼ ବୁର୍ଜ ଖଲିଫା ଟାଓ୍ଵାର ଠାରୁ ୫୪ ମିଟର ଛୋଟ। ଚଳିତ ମାସରେ ପୃଥିବୀ କକ୍ଷର ନିକଟ ଦେଇ ଗତି କରିବାକୁ ଥିବା ଆଉ ଏକ ବିରାଟ ଆଷ୍ଟ୍ରଏଡ଼ ହେଉଛି 2021PT।

ଏହାର ଲମ୍ବ ୧୩୭ ମିଟର। ଯାହା ତାଜମହଲ ଠାରୁ ୨ ଗୁଣ ଅଧିକ। ସେପ୍ଟେମ୍ବର ୧୧ରେ ପୃଥିବୀ କକ୍ଷଠାରୁ ୪.୯ ମିଲିୟନ କିଲୋମିଟର ଦେଇ ଗତି କରିବ ଏହି ଆଷ୍ଟ୍ରଏଡ଼ । ସେପ୍ଟେମ୍ବର ୨୨ରେ ୨୦୨୧NY1 ନାମକ ଆଉ ଏକ ଆଷ୍ଟ୍ରଏଡ଼ ପୃଥିବୀଠାରୁ ୧.୫ ମିଲିୟନ କିଲୋମିଟର ଦେଇ ଗତି କରିବ।

ଏହାର ଆକାର ୧୨୭ରୁ ୨୮୪ ମିଟର ମଧ୍ୟରେ ରହିବ। ଆଷ୍ଟ୍ରଏଡ଼ ଅସ୍ଥିର କକ୍ଷ କାରଣରୁ ଏହା ପୃଥିବୀ ପାଇଁ ବିପ୍ପଜନକ ସାବ୍ୟସ୍ତ ହୋଇପାରେ। ଯଦି ଗୋଟିଏ ଆଷ୍ଟ୍ରଏଡ଼ ପୃଥିବୀର ଅତି ନିକଟ ଦେଇ ଗତି କରେ, ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏହାକୁ ଟାଣି ଆଣିବ। ଯାହା ପୃଥିବୀ ସହ ଧକ୍କା ହୋଇ ଧ୍ୱଂସ ବଡ଼ କ୍ଷତି କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.