ଅଳ୍ପକେ ବର୍ତ୍ତିଲା ଫଲକନୁମା ଏକ୍ସପ୍ରେସ୍, ଚଳନ୍ତା ଟ୍ରେନରୁ ଅଲଗା ହେଲା ୩ଟି ବଗି

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ସିକନ୍ଦର ଫଲକନୁମା ଏକ୍ସପ୍ରେସ୍ । ଶନିବାର ଦିନ ଟ୍ରେନଟି ଚାଲୁଥିବା ସମୟରେ ବଗି ଅଲଗା ହୋଇଯାଇଥିଲା । ୨୫ଟି ବଗି ମଧ୍ୟରୁ ୩ଟି ବଗି ଅଲଗା ହୋଇଯାଇଥିଲା । ଫଳରେ ଦୀର୍ଘ ୪୦ ମିନିଟ୍ ଧରି ମେଦିନପୁର ଷ୍ଟେସନ ପାଖରେ ଟ୍ରେନଟି ଅଟକି ରହିଥିଲା । କିନ୍ତୁ ଦୁର୍ଘଟଣାରେ କାହାରି କ୍ଷୟକ୍ଷତି ଘଟିନଥିବା ଜଣାଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ, ଶନିବାର ଦ୍ବିପହର ପ୍ରାୟ ସାଢେ ତିନିଟା ସମୟରେ ଫଲକନୁମା ଏକ୍ସପ୍ରେସ୍ ବେଲଦା ଷ୍ଟେସନରୁ ଓଡିଶା ଅଭିମୁଖେ ଆସୁଥିଲା । ହଠାତ୍ ସେହି ସମୟରେ ଟ୍ରେନ୍ ଚାଳକଙ୍କୁ ଲୋକଙ୍କ ପାଟି ଶୁଭିବାକୁ ଲାଗିଲା । ଦେଖିବାକୁ ମିଳିଥିଲା ଯେ, ଟ୍ରେନଟି ମଝିରୁ ୩ଟି ବଗି ଅଲଗା ହୋଇଯାଇଥିଲା । ଯାନ୍ତ୍ରିକ ତ୍ରୁଟି ହେତୁ ସିବିସିକୁ ଖୋଲାଯାଇଥିଲା । ତେଣୁ ଟ୍ରେନଟି ବିପଦପୂର୍ଣ୍ଣ ରୂପ ନେଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପୁଣି ସିବିସିକୁ ଘୋଡାଯାଇ ବଗିକୁ ସଂଯୋଗ କରାଯାଇଥିଲା । ରେଳବାଇ ଅଧିକାରୀଙ୍କ ପକ୍ଷରୁ ଦୁର୍ଘଟଣାର ଅଧିକ କାରଣ ଖୋଜା ଯିବା ସହ ତଦନ୍ତ ଜାରି ହୋଇଛି ।
Also Read : ମହାରାଷ୍ଟ୍ର ୱାର୍ଦ୍ଧାରେ ଟ୍ୟାଙ୍କର ସହିତ କାର ଧକ୍କା, ଘଟଣାସ୍ଥଳରେ ହିଁ ସ୍ୱାମୀ ସ୍ତ୍ରୀ ଏବଂ ଦୁଇ ପିଲାଙ୍କର ମୃତ୍ୟୁ