ଶୋଇବା ଅବସ୍ଥାରେ ଚାଲିଗଲା ଜୀବନ, SUV କାର ଚଢି ତିନିଜଣ ପିଲାଙ୍କ ମୃତ୍ୟୁ

ପାଟଣାରେ ଅଘଟଣ। SUV କାର ଚଢି ତିନିଜଣଙ୍କ ମୃତ୍ୟୁ। କୁଂହରାର ପାର୍କ ସାମ୍ନାରେ ଶୋଇଥିବା ବେଳେ ଚଢ଼ିଗଲା SUV। ମଙ୍ଗଳବାର ରାତି ୨ଟାରେ ଘଟିଛି ଘଟଣା। ଦୁର୍ଘଟଣାର ହୃଦୟ ଥରା cctv ଫୁଟେଜ ସାମ୍ନାକୁ ଆସିଛି।  ନିୟନ୍ତ୍ରଣ ହରାଇ ମାଡି ଆସିଲା କାଳ। ଫୁଟପାତ ରେ ଶୋଇଥିବା ବେଳେ ଚାଲିଗଲା ତିନି ନିରୀହ ପିଲାଙ୍କ ଜୀବନ।ଘଟଣା ପରେ ଲୋକମାନେ ଗାଡି ଡ୍ରାଇଭରକୁ ପିଟିପିଟି ମାରିଦେଲେ। କାର ରେ ଥିବା ଅନ୍ୟଜଣଙ୍କ ଅବସ୍ଥା ଖରାପ ଅଛି ତାଙ୍କୁ PMCH ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି।

ଅଗମକୁଆଁ ପାର୍କ ସାମ୍ନାରେ ଲୋକଙ୍କଉପରେ ଗାଡି ଚଢିବା ପରେ ଓଲଟି ପଡିଲା। ଲୋକମାନେ ତୁରନ୍ତ କାର ଭିତରେ ଥିବା ଦୁଇ ଜଣଙ୍କୁ ଧରି ପିଟିଲେ। ଅଧିକ ଗରମ କାରଣରୁ ପିଲାମାନେ ଫୁଟପାତ ରେ ଶୋଇଥିଲେ। ସମସ୍ତେ ୯, ୧୧ ଓ ୧୩ ବର୍ଷ ବୟସର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.