ସୁକ୍‌ମା SDPOଙ୍କ ନିକଟରେ ଆତ୍ମସମର୍ପଣ କଲେ ୩ ହାର୍ଡକୋର୍‌ ମାଓବାଦୀ

ଛତିଶଗଡ଼(କେନ୍ଯୁଜ୍): ଆତ୍ମସମର୍ପଣ କଲେ ୩ ହାର୍ଡକୋର୍‌ ମାଓବାଦୀ। ଛତିଶଗଡ଼ ସୁକମା ଦୋରଣାପାଲ ଥାନା ଅନ୍ତର୍ଗତ ଜୟପାରାରୁ ୩ଜଣ ହାର୍ଡକୋର ମାଓବାଦୀ ସୁକ୍‌ମା SDPO ଅଖିଲେଶ କୌଶିକଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏହି ୩ଜଣ ହେଲେ DKMS ମାଓ ସଙ୍ଗଠନର ଦ୍ୟକ୍ଷ ମଡକମ ସିଙ୍ଗା, ମିଲେସିଆ କମାଣ୍ଡର ପୋଡିୟମ୍‌ ରାଜା ଓ RPC ମିଲେସିଆ ସଦସ୍ୟ ବେଟି ହୁଙ୍ଗା। ଦୀର୍ଘ ବର୍ଷ ହେବ ଏମାନେ ମାଓ ସଙ୍ଗଠନରେ ରହି ଅନେକ ବଡ ବଡ ହିଂସାକାଣ୍ଡରେ ଜଡିତ ଥିଲେ। ତେବେ ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଏମାନେ ସଙ୍ଗଠନ ଛାଡିଥିବା କହିଛନ୍ତି। ଆତ୍ମସମର୍ପଣ କରିଥିବା ୩ ମାଓବାଦୀଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ସରକରାଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି SDPO କହିଛନ୍ତି।