ଉତ୍ତରପ୍ରଦେଶ : ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୩ ଶ୍ରମିକ ମୃତ

ସହାରନପୁର ଦେଓବନ୍ଦ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଏଭଳି ଦୁର୍ଘଟଣା ଆଜି ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣରେ ଅନେକ ଲୋକ ଖଣ୍ଡବିଖଣ୍ଡିତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରାଯାଇଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ।

ଦେଓବନ୍ଦର ମୁଜଫରନଗ ଜଙ୍ଗଲର ବାଣ କାରଖାନାରେ ଆଗି ସକାଳ ପ୍ରାୟ ୬ଟା ସମୟରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣର ଶବ୍ଦ ଏତେ ଜୋର ଥିଲା ଯେ ଗାଁର ଆଖପାଖ ଲୋକ ଘଟଣା ଜାଣିବା ପାଇଁ ସେଠାରେ ପହଞ୍ଚିଥିଲେ । ବିସ୍ଫୋରଣ ଧୁଆଁରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଗାଁଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକଙ୍କ ଖଣ୍ଡବିଖଣ୍ଡିତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ । ବିସ୍ଫୋରଣ ଏକ ଷଡଯନ୍ତ୍ର ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯାହାଫଳରେ ଗାଁଲୋକ ରାସ୍ତାକୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ମୃତ ଦେହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଅନ୍ୟପଟେ ପୋଲିସ ଅଧିକାରୀମାନଙ୍କୁ ଗାଁଲୋକ ଘେରି ରହିଛନ୍ତି । ଗାଁଲୋକ କହିଛନ୍ତି ଯେ, ଅନ୍ୟ ଦଳର ଲୋକମାନେ ମଧ୍ୟ କାରଖାନାରେ କାମ କରନ୍ତି । କିନ୍ତୁ ସେମାନେ ସମସ୍ତେ ସୁରକ୍ଷିତରେ ରହିଛନ୍ତି । ଯାହା ବିସ୍ଫୋରଣର ସନ୍ଦେହକୁ ବଢାଇଦେଇଛି । ପୋଲିସ ୩ଜଣ ଶ୍ରମିକଙ୍କ ମୃତ ଦେହକୁ ହସ୍ତାନ୍ତର କରିଛି । ପୋଲିସ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଶାନ୍ତ ପଡିନାହାନ୍ତି ଗାଁଲୋକ । ଆହୁରି ମଧ୍ୟ ଗାଁଲୋକ କହିଛନ୍ତି ସେ ଯଦି ଅଭିଯୁକ୍ତଙ୍କୁ ଗୁଳି ନମାରନ୍ତି ତେବେ ସେମାନଙ୍କୁ ଗାଁଲୋକ ମାରିଦେବେ । ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡିନାହାନ୍ତି ସେମାନେ ଚୁପ୍ ହେଇକି ବସିପାରିବେ ନାହିଁ ।

Also Read : ଘର ପିଣ୍ଢାରେ ବସିଥିବା ବେଳେ ଚଢିଗଲା ଦ୍ରୁତଗାମୀ କାର୍, ମା’ ଓ ଝିଅ ମୃତ, ୫ ଗୁରୁତର