ବ୍ୟାରିକେଡରେ ମାଡ ହୋଇ ଜଳିଲା କାର, ଜଳି ହୋଇ ପ୍ରାଣ ହାରିଲେ ତିନି ମେଡିକାଲ ଛାତ୍ର

ଗୁରୁବାର କ୍ଷିପ୍ର ଗତିରେ ମିରଟ- ଝାଜର ଏନଏଚରେ ସୋନିପାତ ଦେଇ ଯାଉଥିବା ଏକ ଗାଡି ବ୍ୟାରିକେଡ଼ରେ ମାଡ ହେବା କାରଣରୁ ତିନି ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗାଡିଟି ହଟାତ ବ୍ୟାରିକେଡ଼ରେ ବାଡେଇ ହେବା କାରଣରୁ ନିଆଁ ଲାଗିଯାଇଥିଲା । ତିନି ଜଣ ସେଥିରେ ଜଳିଯାଇଥିଲେ । ଯେବେକି ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ନେଇ ପୋଲିସ ରିପୋର୍ଟରୁ ଜଣାଯାଇଛି । ପୋଲିସ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି ଛ ଜଣ ଯାକ ଛାତ୍ର ରୋହତକରୁ ହରିଦ୍ୱାର- ଋଷିକେଶ ଅଭିମୁଖେ ଏକ କାର ଯୋଗେ ଯାତ୍ରା କରୁଥିଲେ ।

ଏମ୍ବିବିଏସ ଛାତ୍ରମାନଙ୍କୁ ନେଇ ଯାଉଥିବା ଏହି ଗାଡିଟି ଏକ ଗାଁ ନିକଟରେ ଥିବା ବ୍ୟାରିକେଡ଼ରେ ଧକ୍କା ହୋଇଥିଲା । ଏହି ସମୟରେ ହଟାତ ସେଥିରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ତିନି ଜଣଙ୍କୁ ପୋଲିସ ସାହାଯ୍ୟରେ ରୋହତକ ସ୍ଥିତ ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.