ପୋଖରୀ ନେଲା ୩ ଶିଶୁଙ୍କ ଜୀବନ, ଗାଁ ରେ ଖେଳିଗଲା ଦୁଃଖର ଲହରୀ

ରାଜସ୍ଥାନରୁ ଆସିଲା ଆଉ ଏକ ଦୁଃଖଦ ଖବର । ଶୁକ୍ରବାର ଦିନ ରାଜସ୍ଥାନ ନିକଟସ୍ଥ ସଲ୍ଳୋପାଟ ଥାନା ଅନ୍ତର୍ଗତ ଏକ ପୋଖରୀରେ ବୁଡି ତିନୋଟି ନିରୀହ ପିଲାଙ୍କ ମୃତ୍ୟୁ ଘଟିଛି । ଏଭଳି ଦୁର୍ଘଟଣା ହୃଦୟକୁ ଦୋହଲାଇଦେଇଛି । ମୃତକ ସମ୍ପର୍କରେ ଭାଇଭଉଣୀ ହେବେ ବୋଲି ଜଣାପଡିଛି । ପୋଲିସ ତିନି ଜଣ ମୃତକ ଯୁବରାଜ(୪), ଜିନଲ(୬) ଏବଂ ମିନାକ୍ଷୀ(୯)ଙ୍କୁ ଚିହ୍ନଟ କରିଛି ।

ସୂଚନାନୁଯାୟୀ,  ବିବାହ ଉତ୍ସବରେ ଯୋଗଦେବା ପାଇଁ ଏହି ୩ଜଣ ପିଲା ମାମୁଁ ଘରକୁ ଆସିଥିଲେ । ଶୁକ୍ରବାର ମଧ୍ୟାହ୍ନ ସମୟରେ ସେମାନେ ଗାଈ ଚରାଇବାକୁ ଯାଇଥିଲେ । ସତେ ଯେପରି ପାଣି ଭିତରେ ଯମ ତାଙ୍କୁ ଅପେକ୍ଷା କରି ବସିଥିଲା । ହଠାତ୍ ଯୁବରାଜଙ୍କୁ ଶୋଷ କରିବାରୁ ପୋଖରୀକୁ ପାଣି ପିଇବାକୁ ଯାଇଥିଲେ । ତାଙ୍କ ଗୋଡ ଖସି ପୋଖରୀରେ ବୁଡି ଯାଇଥିଲେ । ଛୋଟ ଭାଇକୁ ବଞ୍ଚାଇବା ପାଇଁ ଜିନଲ ମଧ୍ୟ ପାଣିରେ ପଶିଥିଲା । କିଛି ସମୟ ପରେ ମିନାକ୍ଷୀ ତାର ଭାଇ, ଭଉଣୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାକୁ ଯାଇ ସେ ମଧ୍ୟ ଗଭୀର ପାଣିରେ ବୁଡି ଯାଇଥିଲେ । ଏମିତି ଜଣ ଜଣ କରି ୩ଜଣ ପାଣିରେ ବୁଡିଯାଇଥିଲେ । କିଛି ସମୟ ପରେ ପିଲାଙ୍କ ପରିବାର ଲୋକ ଖୋଜିବାକୁ ଆରମ୍ଭ କରିଥିଲେ ଏବଂ ପୋଖରୀରୁ ପିଲାଙ୍କ ମୃତ ଦେହ ଦେଖିବା ପରେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଫଳରେ ବିବାହ ଘର ଖୁସିର ମୂହୁର୍ତ୍ତରେ ପରିବାରରେ ଦୁଃଖର ଅନ୍ଧାର ଘୋଟିଯାଇଛି । ନିଷ୍ପାପ ପିଲାଙ୍କ ଏଭଳି ମୃତ୍ୟୁରେ ଗାଁ ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 

Also Read : ରାମନବମୀ ଅବସରରେ ନୂତନ ପମ୍ବନ ରେଳସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ, ତୀର୍ଥଯାତ୍ରୀଙ୍କ ପାଇଁ ହେବ ସହଜ