ଲଗାତର ଦ୍ବିତୀୟ ଦିନରେ ସେନାକୁ ବଡ଼ ସଫଳତା: ଏନକାଉଣ୍ଟରରେ ଟଳିଲେ ୩ ପାକିସ୍ତାନୀ ଆତଙ୍କବାଦୀ

ଜମ୍ମୁ-କଶ୍ମୀର: ଲଗାତର ୨ୟ ଦିନରେ ସେନାକୁ ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲେ ୩ ପାକିସ୍ତାନୀ ଆତଙ୍କବାଦୀ । ଜମ୍ମୁ-କଶ୍ମୀର କୁପଓ୍ଵାଡାରେ ସୁରକ୍ଷାବଳଙ୍କ ଗୁଳିରେ ଲସ୍କର-ଏ-ତୋଇବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। କୁପାୱାଡ଼ା ସେକ୍ଟରର ଜୁମାଗୁଣ୍ଡା ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ସେନାକୁ ଖବର ମିଳିଥିଲା।

ଏହାପରେ ସେନା ପକ୍ଷରୁ ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା। ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ପାଲଟା ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିମାଡ଼ କରାଯାଇଥିଲା। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ବରମୁଲାର କ୍ରିରି ଅଞ୍ଚଳରେ ଥିବା ନଜିଭଟ ଛକ ନିକଟରେ ସେନା ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.