ମହାରାଷ୍ଟ୍ରର ହସ୍ପିଟାଲରେ ଅଘଟଣ। ନିଆଁ ଲାଗି ଚାଲିଗଲା ୩ ରୋଗୀଙ୍କ ଜୀବନ। ମୁମ୍ବରା, ଥାଣେ ପ୍ରାଇମ କ୍ରିଟି କେୟାର ହସ୍ପିଟାଲରେ ରାତି ୩ଟା ୪୦ ମିନିଟରେ ନିଆଁ ଲାଗିଥିଲା। ଗୋଟିଏ ହସପିଟାଲରୁ ଅନ୍ୟ ହସପିଟାଲକୁ ରୋଗୀ ସ୍ଥାନାନ୍ତର ହୋଇଥିବା ବେଳେ ନିଆଁ ଲାଗିଯାଇଥିଲା।
ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କିନ୍ତୁ ନିଆଁର ଆଁ ଭିତରେ ୩ ଜଣଙ୍କ ଜୀବନ ଚାଲି ଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ବରିଷ୍ଠ ଅଧିକାରୀ ଅଗ୍ନିକାଣ୍ଡ ସ୍ଥଳ ପରିଦର୍ଶନ କରିଛନ୍ତି। ଅନ୍ୟପଟେ ମାମଲାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।