ଜମ୍ମୁ-କଶ୍ମୀରରେ ବାଦଲଫଟା ବର୍ଷାରେ ୩ ମୃତ, ଜାତୀୟ ରାଜପଥ ୪୪ ଅବରୋଧ

ଜମମୁ ଓ କାଶ୍ମୀର ରମ୍ବନ ଜିଲ୍ଳାରେ ଭୀଷଣ ବର୍ଷା ଚିନ୍ତାର ବିଷୟ ପାଲଟିଛି । ଜୀନବ ମାଗର୍କୁ ସମ୍ପୂର୍ଣ୍ଣ ରୂପେ ବିଗାଡି ଦେଇଛି । ଲଗାଣ ବର୍ଷା ଫଳରେ ବର୍ତ୍ତମାନ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ହଠାତ୍ ରମ୍ବନ ଜିଲ୍ଳାରେ ବନ୍ୟା ହେବା ସହ ଭୂକମ୍ପ ସୃଷ୍ଟି ହୋଇଛି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାନୁଯାୟୀ, ଗତକାଲିଠାରୁ ଜମ୍ମୁ ଓ କଶ୍ମୀରର ରାମ୍ବନ ଜିଲ୍ଲାରେ ବର୍ଷା ବିତ୍ପାତ। ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି ରାମ୍ବନରେ ବାଦଲ ଫଟା ବର୍ଷା ଯୋଗୁଁ ସ୍ଥିତି ବିଗିଡି ଯାଇଛି। ଜିଲ୍ଲାର ସେରି ବଗାନ ଅଂଚଳରେ ବାଦଲ ଫାଟିଥିଲା।  ରାମ୍ବନ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପ୍ରବଳ ବର୍ଷାରେ ଜନଜୀବନ ଠପ୍ ହୋଇଯାଇଛି । ବହୁ ସଂଖ୍ୟାରେ ଘର ଓ ରାସ୍ତା ଧୋଇ ଯାଇଛି। ପ୍ରବଳ ବର୍ଷା ସହ ବାଦଲ ଫଠା ବର୍ଷା ଯୋଗୁଁ, ଅଚାନକ ବନ୍ୟା ଆସିବା ସହ ଭୂସ୍ଖଳନ ହୋଇଥିଲା । ଫଳରେ ଅନେକ ଘରଦ୍ୱାର ଭାଙ୍ଗିଛି ଏବଂ ଅନେକ ଘରେ ପାଣି ପଶିଛି ।  ସେହିପରି ପ୍ରବଳ ଜଳ ସ୍ରୋତରେ ଅନେକ ସ୍ଥାନରେ ଜାତୀୟ ରାଜପଥ ଧୋଇ ହୋଇ ଯାଇଛି।  ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ୪୪ ଏହି ଅଂଚଳର ଜୀବନ ରେଖା ।  କାଦୁଅ ଓ ପଥର ପଡ଼ି ସେହି ରାସ୍ତା ଅବରୋଧ ହୋଇ ରହିଛି। ବର୍ଷା ଯୋଗୁଁ ଗମନାଗମନରେ ବାଧା ଦେଖାଦେଇଛି । ରାସ୍ତାରେ ଶହଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି  ।

ଏହା ବ୍ୟତୀତ ପ୍ରଶାସନ ପକ୍ଷରୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଖରାପ ପାଗ ଓ ଦୁର୍ଗମ ଅଞ୍ଚଳ ପାଇଁ ରିଲିଫ କାର୍ଯ୍ୟରେ ସମସ୍ୟା ସମ୍ମୁଖୀନ କରିବାକୁ ପଡୁଛି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଥିବା ଏକ ଭିଡିଓରୁ ଦେଖିବାକୁ ମିଳିଛି । ବର୍ଷା, ତୋଫାନରେ ଭାଙ୍ଗିଯାଇଥିବା ଘର ଏବଂ ଦୋକାନର ଟୁକୁଡା ଅଂଶକୁ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

 

Also Read : ପୁଣି ଭୂକମ୍ପ ଝଟକାରେ ଦୋହଲିଲା ମିଆଁମାର, ବିଳମ୍ବିତ ରାତିରେ ୨ ଥର ଝଟକା ଅନୁଭୂତ