ତିନି ଜଣ ବୈଜ୍ଞାନିକ ପାଇବେ ଚଳିତ ବର୍ଷର ନୋବେଲ ପୁରସ୍କାର, ଏନେଇ ଘୋଷଣା କରିଛି ରୟାଲ ସ୍ବିଡିଶ ଏକାଡେମୀ

ରସାୟନ ବିଜ୍ଞାନରେ ନୋବେଲ ।  ତିନି ଜଣ ବୈଜ୍ଞାନିକ ପାଇବେ ଚଳିତ ବର୍ଷର ନୋବେଲ ପୁରସ୍କାର। ଡେଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିବ। ପ୍ରୋଟିନ ବିଜ୍ଞାନରେ ଅଦ୍ଭୁତପୂର୍ବ ଯୋଗଦାନ ପାଇଁ ଏହି ୩ ଜଣଙ୍କୁ ନୋବେଲ ଦିଆଯିବ। ପୁରସ୍କାର ବାବଦରେ ମିଳିବାକୁ ଥିବା ଅଧା ଅର୍ଥ ଏକାକୀ ଡାଭିଡ ବାକେର ନେବେ ।

ବାକି ଅଧା ପୁରସ୍କାର ରାଶି ଡେମିସ ଓ ଜନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯିବ ।  ଡାଭିଡ କଂପ୍ୟୁଟେସନାଲ ପ୍ରୋଟିନ ଡିଜାଇନର ଆବିଷ୍କାର କରିଥିଲେ ।  ଜନ ଓ ଡେମିସ ଫର ପ୍ରୋଟିନ ଷ୍ଟ୍ରକଚରାଲ ପ୍ରେଡିକସନ କରିଥିବାରୁ ସେମାନଙ୍କୁ ମଧ୍ୟ ନୋବେଲ ପାଇଁ ଚୟନ କରାଯାଇଛି ।  ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର ବା ୯ଲକ୍ଷ ଡଲାର ଦିଆଯାଏ ।  ଏନେଇ ରୟାଲ ସ୍ବିଡିଶ ଏକାଡେମୀ ଘୋଷଣା କରିଛି ।