ତିନି ଥର ଦୋହଲିଲା ହିମାଚଳ ପ୍ରଦେଶର ଚମ୍ବା, ଭୂମିକମ୍ପର ତୀବ୍ରତା ଥିଲା ୩.୪

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଆଜି ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ଗତକାଲି ରାତି ୨.୩୫ ମିନିଟ୍‌ରେ ଏହି ଭୂମିକମ୍ପ ହୋଇଥିଲା । ଅଢ଼େଇ ଘଣ୍ଟା ମଧ୍ୟରେ ତିନି ଥର ଭୂମିକମ୍ପ ହୋଇଥିଲା । ଲୋକେ ଭୋର ପ୍ରାୟ ସାଢ଼େ ୫ଟା ବେଳେ ମଧ୍ୟ ଆଉଥରେ ଝଟ୍‌କା ଅନୁଭବ କରିଥିଲେ । କେନ୍ଦ୍ର ପାଣିପାଗ ବିଭାଗ ବିଭାଗ ଏହି ସୂଚନା ଦେଇଛି । ଭୂମିକମ୍ପର କେନ୍ଦ୍ର ସ୍ଥଳ ଚମ୍ବା ଉତ୍ତର-ପୂର୍ବ ଅଞ୍ଚଳ ଭୂଗର୍ଭର ୧୦ କିଲୋମିଟର ଭିତରେ ସୃଷ୍ଟି ହୋଇଥିଲା । ଏହାର ତୀବ୍ରତା ଥିଲା ୩.୪ । ତେବେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ । ହିମାଚଳର ଚମ୍ବା ଜିଲ୍ଲା ଭୂକମ୍ପ ପ୍ରବଣ ଅଞ୍ଚଳ ଭାବେ ଧରାଯାଉଛି । ସେହିପରି ଗତକାଲିର ଭୂମିକମ୍ପ ବେଳେ ନିକଟସ୍ଥ ଜମ୍ମୁ କଶ୍ମୀରରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଛି ।