ଅନ୍ଧବିଶ୍ୱାସ: ତିନି ମହିଳାଙ୍କୁ ଡାହାଣୀ ସନ୍ଦେହରେ ପ୍ରଥମେ ପିଟିଲେ ଆଉ ତା’ ପରେ ଉଲଗ୍ନ କରି ଗାଁ ବୁଲାଇଲେ ଗ୍ରାମବାସୀ, ଭିଡିଓ ଭାଇରାଲ

ବିବାହରରେ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ମୁଜାଫରଫୁରର ଏକ ଗାଁରେ ତିନି ଜଣ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗ୍ରାମବାସୀ ଏପରି କାମ କରିଛନ୍ତି, ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଲାଜରେ ନଇଁଯିବ। ଏଠାରେ ଥିବା ଡକରାମା ଗାଁରେ ତିନି ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗାଁ ଲୋକ ପିଟିଥିଲେ। ଏଥିରେ ମଧ୍ୟ ଗ୍ରାମବାସୀଙ୍କ ମନ ଭରିନଥିଲା, ତା’ ପରେ ଗ୍ରାମବାସୀ ତାଙ୍କୁ ନଗ୍ନ କରି ଗାଁରେ ବୁଲାଇଥିଲେ।

ଖବର ମୁତାବକ, ମୁଜାଫରପୁରର ଡକରାମା ଗାଁରେ ଏହି ତିନି ମହିଳାଙ୍କୁ ଗାଁର ଲୋକେ ଡାହାଣୀ କହୁଥିଲେ। ଡାହାଣୀ ସନ୍ଦେହରେ ସେମାନଙ୍କୁ ବହୁତ ପିଟିଥିଲେ ଗ୍ରାମବାସୀ। ସେଥିରେ ମଧ୍ୟ ସେମାନଙ୍କ ମନ ଭରିନଥିଲା। ପରେ ସେହି ତିନି ଜଣ ମହିଳାଙ୍କୁ ଉଲଗ୍ନ କରି ଗାଁ ଭ୍ରମଣ କରାଇଥିଲେ ଗ୍ରାମବାସୀ। ଏହାସହିତ ସେମାନଙ୍କର ଭିଡିଓ ବନାଇ ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ପ୍ରଶାସନ ପାଖରେ ଖବର ପହଞ୍ଚିଥିଲା। ଘଟଣା ସ୍ଥଳରେ ମୁଜାଫରଫୁର ଏସଡିଓ ଏବଂ ପୋଲିସ ପହଞ୍ଚି ତିନି ମହିଳାଙ୍କୁ ଉଦ୍ଧାର କରିବା ସହ ଗ୍ରାମବାସୀଙ୍କୁ ତାଗିଦ୍‌ କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.