ଡାଳିମ୍ବ ଖାଉଥିଲା ୩ ବର୍ଷର ଶିଶୁ : ଶ୍ୱାସନଳୀରେ ରହିଗଲା ମଞ୍ଜି, ତାପରେ କଣ ହେଲା ଜାଣନ୍ତୁ

ହରିୟାଣା ଫରିଦାବାଦରେ ଗୋଟିଏ ସାମାନ୍ୟ ଅବହେଳା ପାଇଁ ଜଣେ ୩ ବର୍ଷର କୋମଳ ଶିଶୁର ମୃତ୍ୟୁ ହୋଇଛି। ଏଠାରେ ସେକ୍ଟର-୩୦ରେ ଏତମାଦପୁରରେ ରହୁଥିବା ଜଣେ ମହିଳା ନିଜର କୋମଳ ଝିଅକୁ ଡାଳିମ୍ବ ଖାଇବାକୁ ଦେଇଥିଲେ। ଖାଉଥିବା ସମୟରେ ଡାଳିମ୍ବର ଦାନା ଶିଶୁଟିର ଶ୍ୱାସନଳୀରେ ଅଟକି ଗଲା ଯେଉଁ କାରଣରୁ ତାର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁଯାୟୀ ଶିଶୁଟି ନିଜର ଭାଇ-ଭଉଣୀ ସହିତ ମିଶି ଖେଳୁଥିଲା। ସେତେବେଳେ ମହିଳା ଜଣଙ୍କ ତାଙ୍କର ତିିନି ପିଲା ଏବଂ ନଣନ୍ଦଙ୍କ ପିଲାକୁ ଡାଳିମ୍ବ ଖାଇବାକୁ ଦେଇଥିଲେ। ଏହି ସମୟରେ ଶିଶୁଟି ମୁଠାଏ ଦାନା ନେଇ ନିଜ ପାଟିରେ ପକାଇ ଦେଲା। ଏହାପରେ ଶିଶୁଟି ହସିଦେଲା ଏବଂ ପରେ ତାକୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲା। ଶିଶୁଟିର ଅବସ୍ଥା ଦେଖି ମା ଡରିଯାଇ ତାଙ୍କ ସ୍ୱାମୀଙ୍କୁ ଫୋନ କଲେ।

ଗଭୀର ଅବସ୍ଥାରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତୀ କରାଗଲା। ସେଠାରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆଉ ଏକ ହସପିଟାଲକୁ ରେଫର କରିଦିଆଗଲା। କିନ୍ତୁ ମେଡିକାଲ ନେବା ବାଟରେ ହିଁ ଶିଶୁଟି ନିଜର ଶେଷ ନିଶ୍ୱାସ ତ୍ୟାଗ କରିଦେଲା। ଏହି ଘଟଣା ପରେ ସାରା ପରିବାର ସ୍ତବ୍ଦ ହୋଇଯାଇଛି।