ଦେଶ ବିଦେଶ

ବାଘକୁ ଧକ୍କା ଦେଲା ହ୍ୟୁଣ୍ଡାଇ କ୍ରେଟା

ସ୍ପିଡରେ ଆସିଲା ଆଉ ଜୋରକି ଧକ୍କା ଦେଲା । କିଛି କହି ପାରୁନଥିଲା ସିନା ହେଲେ ଭାରି କଷ୍ଟ ହେଉଥିଲା ତାକୁ । ରାସ୍ତାରେ ଏକାକୀ ଘୋଷାରି ଘୋଷାରି ଗଲା । ହଁ ବାଘଟିକୁ ଏକ କ୍ରେଟା ଗାଡି ଆସି ଦୁମକି ଧକ୍କା ମାରିଲା । ଫଳରେ ବାଘର ଏପରି ଅବସ୍ଥା ହୋଇଛି । ବାଘକୁ ନିଜ ହ୍ୟୁଣ୍ଡାଇ କ୍ରେଟା ଗାଡିରେ ଜୋରଦାର ଧକ୍କା ଦେଲା ଜଣେ ବ୍ୟକ୍ତି । ଆଉ ତାପରେ ବାଘ ଏତେ ମାତ୍ରାରେ ଆହତ ହୋଇଗଲା ଯେ ନିଜ ଗୋଡରେ ଛିଡା ବି ହୋଇପାରିଲାନି । ବିଚରା ବେଶ୍‌ କିଛି ସମୟ ରାସ୍ତା ଉପରେ ଛଟପଟ ହେଲା ତାପରେ ଘୋଷାରି ଘୋଷାରି ରାସ୍ତା କଡକୁ ଗଲା ।

ଏ ଭିଡିଓରେ ବାଘର ଅବସ୍ଥା ଯିଏ ଦେଖୁଛି ଛାତି ଥରି ଯାଉଛି । ମହାରାଷ୍ଟ୍ରର ଭଣ୍ଡାରା ଗୋନ୍ଦିୟା ହାଇେଓ୍ଵ ନବେଗାଓଁ ନାଗଜିରା ସେଞ୍ଚୁରୀ ପାଖରେ ଏଭଳି ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଥିଲା। ରାତି ପ୍ରାୟ ସାଢ଼େ ୧୦ଟାରେ ରାସ୍ତା ପାର୍‌ ହେଉଥିବା ବେଳେ କାର୍‌ ଧକ୍କାରେ ବାଘର ହୋଇଛି ଏପରି ଅବସ୍ଥା ।

ଏହି ଧକ୍କା ପରେ ରାସ୍ତାରେ ବାଘଟି ଘୁସୁରି ଘୁସୁରି ଯାଉଥିବା ଭିଡିଓ ଲୋକେ ଦେଖିବା ପରେ କ୍ରୋଧ ପ୍ରକାଶ କରିଛନ୍ତି । ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ପ୍ରତୀକ ସିଂହ ନାମକ ଜଣେ ୟୁଜର ସେୟାର କରିଛନ୍ତି । ତେବେ କହିବାକୁ ଚାହିଁବୁ ଯେ ୨୦୨୩ ଅଗଷ୍ଟ ୮ ତାରିଖ ରାତିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିଲା । କିନ୍ତୁ ଏବେ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ତେବେ ଯାହା ସୂଚନା ରହିଛି ଏହି ବାଟ ଦେଇ ଏକ କାର୍‌ ଯାଉଥିଲା। ଗାଡ଼ିର ସ୍ପିଡ୍‌ ବହୁତ ଅଧିକ ଥିଲା। ଏହି ସମୟରେ କାର୍‌ ସାମ୍ନାକୁ ବାଘଟି ହଠାତ୍‌ ଚାଲିଆସିଲା । ଯାହାପରେ ସ୍ପିଡ ଥିବାର କାରଟି ଦୁମ୍‌ କରି ପିଟିଦେଲା ବାଘକୁ । ଗାଡ଼ି ଧକ୍କାରେ ବାଘଟି କିଛି ଦୂରକୁ ଛିଟିକି ପଡ଼ିଥିଲା। ଆହତ ଅବସ୍ଥାରେ ବେଶ୍‌ କିଛି ସମୟ ରାସ୍ତା ଉପରେ ପଡ଼ିରହିଥିଲା।

ସେ ଉଠିବାକୁ ଚେଷ୍ଟା କରୁଥିଲା ହେଲେ ଛିଡ଼ା ବି ହୋଇପାରୁନଥିଲା ସେ। ଲାଗୁଛି, ଯେପରି ତା’ ଗୋଡ଼ରେ ଗୁରୁତର ଆଘାତ ଲାଗିଛି, ଯାହାଫଳରେ ସେ ଠିକ୍‌ ଭାବେ ଛିଡ଼ା ହୋଇପାରୁନାହିଁ। ତେବେ କିଛି ସମୟ ପରେ ବାଘଟି କୌଣସି ପ୍ରକାରେ ଘୁସୁରି ଘୁସୁରି ରାସ୍ତାର ଆରପଟକୁ ଚାଲିଯାଇଥିଲା ।

ତେବେ କହିବାକୁ ଚାହିଁବୁ ଯେ ସକାଳେ ପ୍ରାୟ ସାଢ଼େ ୭ଟା ହେବ ଯେତେବେଳେ ବାଘକୁ ଦେଖିଲେ । ସେତେବେଳେ ଆଘାତ ଲାଗିଥିବାରୁ ବାଘଟି ବେହୋସ୍‌ ଅବସ୍ଥାରେ ପଡିରହିଥିଲା। ତୁରନ୍ତ ତାକୁ ଚିକିତ୍ସା ପାଇଁ ନାଗପୁର ନିଆଯାଇଥିଲା, ହେଲେ ହସ୍ପିଟାଲରେ ପହଁଚିବା ପୂର୍ବରୁ ତାର ମୃତ୍ୟୁ ହୋଇଯାଇଥିଲା ।

ତେବେ ଆମର ଗୋଟିଏ ଅନୁରୋଧ ଜଙ୍ଗଲ ରାସ୍ତାରେ କିମ୍ବା ଜୀବ ଜନ୍ତୁଙ୍କ ପଥ ହୋଇଥିଲେ ଆପଣ ଗାଡି ଟିକେ ଧିରେ ଚଲାନ୍ତୁ । ନଚେତ କେତେ କେତେ ଏମିତି ନୀରିହ ବନ୍ୟଜନ୍ତୁଙ୍କ ଜୀବନ ଚାଲିଯିବ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଆମ ମାନଙ୍କୁ ହିଁ ସେମାନଙ୍କ ସୁରକ୍ଷା କରିବା ଉଚିତ । ଭୁଲିଯାନ୍ତୁ ନାହିଁ ଯେ କଥା କହି ନପାରିଲେ ବି ସେମାନଙ୍କର ବି ଜୀବନ ଅଛି ଆଉ ସେମାନଙ୍କୁ ବି କଷ୍ଟ ହୁଏ ।

Pritiparna

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

6 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

14 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

20 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

28 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

31 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

38 mins ago