ଦେଶ ବିଦେଶ

ରାଜଧାନୀ ଦିଲ୍ଲୀରେ ବାଘ ଆତଙ୍କ, ଅଢ଼େଇ ଘଣ୍ଟାରେ ୯ ଜଣଙ୍କୁ ଆକ୍ରମଣ କଲା ଚିତା

ଉତ୍ତର ଦିଲ୍ଲୀର ୱାଜିରାବାଦର ଜଗତପୁର ଗାଁରେ ଏମିତି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ଏକ ଚିତାବାଘ ଲୋକଙ୍କ ଘରେ ପଶି ୮ ରୁ ୯ ଜଣଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଏନେଇ ଏହି ଅଞ୍ଚଳରେ ବର୍ତ୍ତମାନ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦୀର୍ଘ ପାଞ୍ଚ ଘଣ୍ଟା ପରିଶ୍ରମ କରିବା ପରେ ଶେଷରେ ବନ ବିଭାଗର ଅଧିକାରୀମାନେ ଚିତାବାଘକୁ ଧରିଥିଲେ । ଯମୁନା ନଦୀ ନିକଟରେ ଥିବା ଯମୁନା ଡାଇଭର୍ସିଟି ପାର୍କରୁ ଏହି ବାଘଟି ଖସି ପଳାଇ ଆସିଥିବା ବନ୍ୟ ଅଧିକାରୀମାନେ କହିଛନ୍ତି ।

ଜଙ୍ଗଲ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଚିତାବାଘ ଅତି କମରେ ୯ ଜଣଙ୍କୁ ଆକ୍ରମଣ କରିଥିଲା ଏବଂ ପରେ ଏକ ଘରେ ପଶି ଯାଇଥିଲା। ଏହା ପରେ ଉଦ୍ଧାରକାରୀ ଦଳ ବାଘକୁ ଧରିବା ପାଇଁ ଉକ୍ତ କୋଠରୀକୁ ବାହାରୁ ବନ୍ଦ କରିଦେଇଥିଲେ। ସୂଚନା ପାଇବା ପରେ ବିଭାଗୀୟ ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୦ ମିନିଟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଚିତାବାଘକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ବାଘକୁ ବେହୋସ କରିବା ପାଇଁ ଅନୁମତି ଦେଇଥିଲେ। ଏହି ଘଟଣାରେ ଦିଲ୍ଲୀ ଜଙ୍ଗଲ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ବେଳେବେଳେ ଚିତାବାଘ ଜଙ୍ଗଲ ନିକଟରେ ଥିବା ଗାଁ ଭିତରକୁ ପଶି ଆସେ। ପରିସ୍ଥିତି ଉପରେ ନଜର ରଖିବାକୁ ମୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।

ଯେଉଁ ଘରେ ଚିତାବାଘ ପଶିଥିଲା ଉକ୍ତ ଘରଟି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ଥିଲା । ଯେତେବେଳେ ଚିତାବାଘ ଉକ୍ତ ଘରେ ପଶିଥିଲା ସେତେବେଳେ ସେହି ଘରେ ତାଙ୍କର ଚାରି ନାତି ଗୋଟିଏ କୋଠରୀରେ ଶୋଇଥିଲେ। ପିଲାମାନେ ଶୋଇଥିବା କୋଠରୀର ବାହାର ପଟୁ କବାଟ ବନ୍ଦ କରିଦେଇଥିଲେ ଘର ମାଲିକ ମହେନ୍ଦ୍ର ସିଂ ।

ବନ ଅଧିକାରୀ କହିଛନ୍ତି ଯେ ଯେଉଁ କୋଠରୀରେ ଚିତାବାଘ ପଶି ଥିଲା ସେହି କୋଠରୀର ଦୁଇଟି ଦ୍ୱାରା ଥିଲା । ତେଣୁ ଚିତାବାଘକୁ ଧରିବା ଏତେ ସହଜ ନଥିଲା । କିନ୍ତୁ କୌଶଳକ୍ରମେ ବାଘକୁ ବେହୋସ କରିବା ପାଇଁ ରୁମର ଉଭୟ ପାର୍ଶ୍ୱରେ ପ୍ରାଣୀ ଚିକିତ୍ସକ ନିୟୋଜିତ ଥିଲେ। କୋଠରୀର କବାଟ ଖୋଲିବା ମାତ୍ରେ ବାଘ ଅନ୍ୟ ଏକ କୋଠରୀକୁ ଦୌଡ଼ିବାକୁ ଲାଗିଲା ଏହି ସମୟରେ ପ୍ରାଣୀ ଚିକିତ୍ସକମାନେ ସଫଳତାର ସହ ବାଘକୁ ବେହୋସ କରିଥିଲେ ।

ତେବେ ସୋସିଆଲ ମିଡିଆରେ ଏହି ବାଘ ଗୋଟିଏ ଛାତରୁ ଅନ୍ୟ ଛାତକୁ ଡେଉଁଥିବାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ କିଛି ଲୋକ ଚିତାବାଘକୁ ଗୋଡାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏବଂ କିଛି ଲୋକ ଭୟରେ ଦୌଡ଼ି ପଳାଉଥିବାର ନଜର ଆସିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାରୀ ଦଳ ଚିତାବାଘକୁ କାବୁ କରିବାରେ ସଫଳ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ଉକ୍ତ ଗାଁର ଜଣେ ବାସିନ୍ଦା କହିଛନ୍ତି ଯେ ଚିତାବାଘ ପ୍ରଥମେ ସକାଳ ୪.୩୦ ରେ ଦେଖାଯାଇଥିଲା ଏବଂ ସକାଳ ୫.୧୫ ରେ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ (PCR) କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଚିତାବାଘଟି ୧୨ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ବୋଲି ଜଣାପଡ଼ିଛି ।

ଗତ କିଛି ବର୍ଷ ମଧ୍ୟରେ ଦିଲ୍ଲୀର ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଚିତାବାଘ ବୁଲୁଥିବାର ଅନେକ ଥର ଦେଖାଯାଇଛି । ତେବେ ଏହାର ସବୁଠାରୁ ବଡ଼ କାରଣ ହେଉଛି ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି । ତେଣୁ ସମସ୍ତେ ବୃକ୍ଷରୋପଣ କରି ଜଙ୍ଗଲ ବଞ୍ଚାଇବାକୁ ଚେଷ୍ଟା କରିବା ଉଚିତ୍‌ । ଗଛ କାଟି ଜଙ୍ଗଲ ସଫା କରାଯାଉଥିବାରୁ ଜଙ୍ଗଲି ଜନ୍ତୁଙ୍କୁ ଖାଦ୍ୟ ମିଳୁନି । ଫଳରେ ସେମାନେ ଜଙ୍ଗଲ ଛାଡ଼ି ସହର ମୁହାଁ ହେଉଛନ୍ତି ।

 

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago