ପେଚା ସହ ଟିକ୍ଟକ୍ କରିବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା, ଗଣିବାକୁ ପଡ଼ିଲା ମୋଟା ଅଙ୍କର ଜରିମାନା
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଟିକ୍ଟକ୍ ଭିଡିଓ ଭାଇରାଲ ହେଉଛି। ଲୋକପ୍ରିୟ ହେବା ଆଶାରେ ଯୁବପିଢ଼ି ଟିକ୍ଟକ୍ କରୁଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ମହଙ୍ଗା ମଧ୍ୟ ପଡୁଛି। ଅଧିକ ଲାଇକ୍ କମେଣ୍ଟ ପାଇଁ ଟିକଟକ୍ ଭିଡିଓ କରି ନିକଟରେ ଜଣେ ମହିଳା ହଟହଟା ହୋଇଛନ୍ତି। ଏଭଳି ଏକ ଘଟଣା ଟିକଟକ୍ ଷ୍ଟାର କୀର୍ତ୍ତି ପଟେଲଙ୍କ ସହ ହୋଇଛି। ଏକ ପେଚା ସହ ଟିକ୍ଟକ୍ କରିବା ଅଭିଯୋଗରେ ବନବିଭାଗ କୀର୍ତ୍ତିଙ୍କୁ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ କୀର୍ତ୍ତିଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ବର୍ତ୍ତମାନ ବନବିଭାଗ ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ ଚଳାଇଛି।
ଦେଖନ୍ତୁ ଭିଡିଓ:
#kirtipatel #tiktokstar #gujarat @mpparimal
ગુજરાતી ટિકટોક સ્ટાર કિર્તી પટેલ વિવાદમાં
ફેમસ થવા વન્ય જીવ ઘુવડ સાથે બનાવ્યો ટિકટોક
પ્રકૃતિ પ્રેમીઓમાં રોષની લાગણી
લુપ્ત થવાના આરે અતિ સંરક્ષિત વન્ય જીવ ઘુવડને પકડીને વિડિયો બનાવ્યો pic.twitter.com/xrurqKcfQy— Chintan Mistry (@schintan19882) January 25, 2020
ଓ୍ଵାଇଲ୍ଡ ଲାଇଫ୍ ଆଣ୍ଡ ନେଚର ୱେଲଫେୟାର ଟ୍ରଷ୍ଟ ବନ ବିଭାଗର ମୁଖ୍ୟ ବନସଂରକ୍ଷଣଙ୍କୁ ଏ ନେଇ ଅଭିଯୋଗ କରିଥିଲେ। ଟ୍ରଷ୍ଟ ଅଭିଯୋଗ କରିଛି ଯେ କୀର୍ତ୍ତି ଭିଡିଓ କରିବା ବେଳେ ଯେଉଁ ଭଳି ଭାବେ ପେଚାଙ୍କୁ ଧରିଛନ୍ତି ତାହା ଓ୍ଵାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ, ୧୯୭୨ର ଏକାଧିକ ଧାରାକୁ ଉଲ୍ଲଂଘନ କରୁଛି। ବନ ବିଭାଗ ଏହି ମାମଲାର ଯାଞ୍ଚ କରି ୨୫ ହଜାର ଟଙ୍କାର ଜରିମାନା ଲଗାଇଥିବା ଜଣାଯାଇଛି।
ରିପୋର୍ଟ ମୁତାବକ କୀର୍ତ୍ତି ଏହି ଅର୍ଥ ଜମା କରିଛନ୍ତି ଓ ପୁନର୍ବାର ଏଭଳି ଜୀବଜନ୍ତୁଙ୍କୁ ନେଇ ଭିଡିଓ କରିବେନି ବୋଲି କହିଛନ୍ତି। ସେ ଏହି ଜରିମାନାର ରସିଦ୍ ସହ ମଧ୍ୟ ଭିଡିଓ ସେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ ପେଚାକୁ ଧରି କୀର୍ତ୍ତିଙ୍କୁ ଦେବା ଅଭିଯୋଗରେ ବନ ବିଭାଗ ଜଣେ ବନ କର୍ମଚାରୀଙ୍କୁ ମଧ୍ୟ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ଏଭଳି ଭାବେ ବନ୍ୟଜନ୍ତୁଙ୍କୁ ହଇରାଣ ନ କରିବାକୁ ବନ ବିଭାଗ ପକ୍ଷରୁ ଅପିଲ କରାଯାଇଛି।