ପପୁଲାର ହେବାକୁ ୧୬୦ ଫୁଟ୍ ଉପରେ ଭିଡିଓ କରୁଥିଲେ ଟିକ୍ଟକ୍ ଷ୍ଟାର, ଗୋଡ଼ ଖସିଯିବାରୁ ଘଟଣାସ୍ଥଳରେ ଚାଲିଗଲା ପ୍ରାଣ
ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ତଥା ଫଲୋୟର୍ସ ବଢ଼ାଇବା ପାଇଁ ବର୍ତ୍ତମାନର ଯୁବପିଢ଼ି କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ତେଣିକି ସେ ନିଜ ପ୍ରତି ବିପଦ ବି ସୃଷ୍ଟି କରୁନା କାହିଁକି, ସେମାନେ କିଛି ଶୁଣୁ ନାହାନ୍ତି। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୀନ୍ରେ। ଏଠାରେ ଜଣେ ଟିକ୍ଟକ୍ ଷ୍ଟାର ୧୬୦ ଫୁଟ୍ ଉପରୁ ଭିଡିଓ କରୁଥିଲେ କିନ୍ତୁ ଅଚାନକ ଗୋଡ଼ ଖସିଯିବାରୁ ତାଙ୍କ ମୃତ୍ୟୁ ଘଟିଛି।
ରିପୋର୍ଟ ମୁତାବକ, ଚୀନ୍ର ୨୩ ବର୍ଷୀୟା ଯୁବତୀ ଜିଓ କ୍ୟୁମେଇ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଥିଲେ। ସେ ଟିକ୍ଟକ୍ରେ ବି ଲୋକପ୍ରିୟ ଥିଲେ। ନିଜ ଲୋକପ୍ରିୟତା ବଢ଼ାଇବା ପାଇଁ ଜିଓ ୧୬୦ ଫୁଟ୍ ଉଚ୍ଚତାରେ ଭିଡିଓ ତିଆରି କରୁଥିଲେ। କିନ୍ତୁ ହଠାତ୍ ଗୋଡ଼ ଖସିଯିବାରୁ ତଳେ ପଡ଼ି ତାଙ୍କ ମୃତ୍ୟୁ ଘଟିଛି।
କୁହାଯାଉଛି, ଜିଓ ଏହି ଭିଡିଓକୁ କ୍ରେନ୍ କ୍ୟାବିନ୍ରେ ବସି ସୁଟିଂ କରୁଥିଲେ। ସେହି ସମୟରେ ଦୁର୍ଘଟଣା ଘଟିଥିଲା। ଭୂମିରେ ପଡ଼ିବା ବେଳେ ବି ତାଙ୍କ ଭିଡିଓ ଅନ୍ ଥିବା କୁହାଯାଉଛି। ଏନେଇ ଚୀନ୍ ପୋଲିସ ଅଧିକାରୀ ସୂଚନା ଦେବା ଅବସରରେ କହିଛନ୍ତି, ଲୋକପ୍ରିୟତା ପାଇଁ ଲୋକେ ନିଜ ଜୀବନକୁ ମରଣ ମୁହଁକୁ ଠେଲି ଦେଉଛନ୍ତି। ସେମାନେ ଏଥିରୁ ବିରତ ରହିବା ଆବଶ୍ୟକ।