ଟାଇମ୍‌ ମାଗାଜିନ୍‌ର ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ୨୫ଜଣ ପ୍ରଭାବଶାଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩ ଭାରତୀୟ ବଂ‌ଶୋଦ୍ଭବ

ହୋଷ୍ଟନ୍‌: ଟାଇମ୍‌ ମାଗାଜିନ୍‌ର ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ୨୫ଜଣ ପ୍ରଭାବଶାଳୀ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଅଛନ୍ତି ୩ ଜଣ ଭାରତୀୟ ବଂ‌ଶୋଦ୍ଭବ । ଏହି ତାଲିକାରେ ସ୍ଥାନ ପାଇଥିବା ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ଆମେରିକୀୟ କାବ୍ୟା କୋପ୍ପାରାପୁ, ରିଷବ୍‌ ଜୈନ ଏବଂ ବ୍ରିଟିଶ- ଭାରତୀୟ ଛାତ୍ରୀ ଅମିକା ଜର୍ଜ‌୍ । ଏକ ଆଲଗୋରିଦମ୍‌ ବିକାଶ କରିଛନ୍ତି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୪ ବର୍ଷୀୟ ରିଷବ୍‌ । ଯାହା ଅଗ୍ନାଶୟ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ କାମ ଦେବ। ଏହାସହ ୧୮ ବର୍ଷୀୟା କାବ୍ୟା କୋପ୍ପାରାପୁ ଏକ ଡିପ୍‌-ଲର୍ଣ୍ଣିଂ କମ୍ପ୍ୟୁଟର ସିଷ୍ଟମ୍‌ ଆରମ୍ଭ କରିଛନ୍ତି, ଯାହା ମସ୍ତିଷ୍କ କର୍କଟ ରୋଗୀଙ୍କ ପାଇଁ କାମରେ ଆସିବ।

You might also like