ଭିଡିଓ ଦେଖି ବନାଇବା ଶିଖନ୍ତୁ ବଜାର ଭଳି ଫେସମାସ୍କ, ଆପଣଙ୍କ କାମରେ ଆସିବ ନିଶ୍ଚୟ

କରୋନା ଭାଇରସ୍‌ ସାରା ଦୁନିଆରେ ନିଜ କାୟା ବିସ୍ତାର କରିଚାଲିଛି। ଲୋକମାନେ ଏହି ମହାମାରୀ ଠାରୁ ନିଜକୁ ରକ୍ଷା କରିବା ପାଇଁ ଫେସ୍‌ ମାସ୍କ କିଣୁଛନ୍ତି। ଫେସମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ଟୟଲେଟ୍‌ ପେପରକୁ ଲୋକମାନେ ଏତେ ମାତ୍ରାରେ କିଣୁଛନ୍ତି ଯେ ଏବେ ମାର୍କେଟରେ ଏହିସବୁ ଜିନିଷର ଅଭାବ ଦେଖାଗଲାଣି। ବର୍ତ୍ତମାନ ଖବର ଆସୁଛି ଯେ ଏବେ ବଜାରରେ ମାସ୍କ ଏବଂ ସାନିଟାଇଜର ଅଭାବ ପଡିଲାଣି। ଏହିସବୁ ମଧ୍ୟରେ ବିଜନେସ୍‌ ଟାଇକୁନ୍‌ ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଜଣେ ଯୁବତୀ ଘରେ ଫେସ୍‌ ମାସ୍କ ବନାଇବାର ତରିକା ଜଣାଉଛନ୍ତି।


ଆପଣ ଏ ଭିଡିଓରେ ମହିଳାଙ୍କୁ ଫେସମାସ୍କ ବା ଘରେ ଦେଶୀ ଜୁଗାଡ କେମିତି କରିବେ ତାହା ଦେଖାଉଛନ୍ତି। ଏହି ଭିଡିଓକୁ ଦେଖି କୌଣସି ବି ବ୍ୟକ୍ତି ଅତିସହଜରେ ବନାଇପାରିବେ। ଭିଡିଓରେ ଆପଣ ଦେଖିପାରିବେ ଯେ ଯୁବତୀ ଜଣଙ୍କ ଏକ ଟିସ୍ୟୁ ପେପର ନେଇ ପଙ୍ଖା ଭଳି ବନାଇଦେଲେ। ଏହାପରେ ଦୁଇ ପାର୍ଶ୍ୱକୁ ରବର ବ୍ୟାଣ୍ଡ ଲଗାଇ ଦେଉଛନ୍ତି। ଯାହାପରେ ସେ ମାସ୍କ ପିନ୍ଧୁଛନ୍ତି। ଏହି ଘର ତିଆରି ମାସ୍କ ବିଲକୁଲ ମାର୍କେଟରେ ମିଳୁଥିବା ମାସ୍କ ଭଳି ଦେଖିବାକୁ।

facemaskଏହି ଭିଡିଓ ପୋଷ୍ଟ କରି ଆନନ୍ଦ ମହିନ୍ଦ୍ରା କ୍ୟାପସନରେ ଲେଖିଛନ୍ତି, ‘କେବେବି ମାକେର୍ଟରେ ମାସ୍କ ଅଭାବ ପଡିବନାହିଁ। ମୋତେ ଲାଗୁଛି ଯେ ଭାରତୀୟ ଜୁଗାଡ କରିବାରେ ମାଷ୍ଟର।’ ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ଭିଡିଓ ଲୋକମାନଙ୍କୁ ଖୁବ୍‌ ପସନ୍ଦ ଆସୁଛି। ସେଥିପାଇଁ ସେୟାର କରିବାର ମାତ୍ର କିଛି ସମୟ ମଧ୍ୟରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ସେ ଯାହା ବି ହେଉ ନା କାହିଁକି ଏବେ ମାର୍କେଟରେ ମାସ୍କ ଅଭାବ ପଡୁଥିବାବେଳେ ଏହି ଭିଡିଓ ଲୋକମାନଙ୍କୁ ଖୁବ୍‌ ସାହାଯ୍ୟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.