ବ୍ରିଟେନରେ ୧୪୩ କୋଟିରେ ନିଲାମ ହେଲା ଟିପୁ ସୁଲତାନଙ୍କ ଖଣ୍ଡା, ଭାଙ୍ଗିଲା ସମସ୍ତ ରେକର୍ଡ
୧୮ଶ ଶତାବ୍ଦୀର ମୈସୁରର ଶାସକ ଟିପୁ ସୁଲତାନଙ୍କ ‘ବେଡ୍ଚାମ୍ବର ଖଣ୍ଡା’କୁ ବ୍ରିଟେନରେ ନିଲାମ କରାଯାଇଛି। ଖଣ୍ଡାର ନିଲାମୀ ଭାରତୀୟ ବସ୍ତୁର ନିଲାମ ପାଇଁ ଥିବା ସମସ୍ତ ରେକର୍ଡକୁ ଭାଙ୍ଗିଦେଇଛି।
୧୮ଶ ଶତାବ୍ଦୀର ମୈସୁରର ଶାସକ ଟିପୁ ସୁଲତାନଙ୍କ ‘ବେଡ୍ଚାମ୍ବର ଖଣ୍ଡା’କୁ ବ୍ରିଟେନରେ ନିଲାମ କରାଯାଇଛି। ଖଣ୍ଡାର ନିଲାମୀ ଭାରତୀୟ ବସ୍ତୁର ନିଲାମ ପାଇଁ ଥିବା ସମସ୍ତ ରେକର୍ଡକୁ ଭାଙ୍ଗିଦେଇଛି। ଚଳିତ ସପ୍ତାହରେ ହୋଇଥିବା ଇସଲାମିକ୍ ଏବଂ ଭାରତୀୟ କଳା ବିକ୍ରିରେ ଏହି ଖଣ୍ଡା ୧.୪ କୋଟି ପାଉଣ୍ଡ୍ (GBP)ରେ ବିକ୍ରି ହୋଇଛି।
୧୭୮୨ରୁ ୧୭୯୯ ମସିହା ପର୍ଯ୍ୟନ୍ତ ଶାସନ କରିଥିବା ଟିପୁ ସୁଲତାନଙ୍କ ଖଣ୍ଡାକୁ ‘ସୁଖେଳା-ଶକ୍ତିର ପ୍ରତୀକ’ ବୋଲି କୁହାଯାଏ। ଏହି ଖଣ୍ଡା ଇସ୍ପାତରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ସୁନା ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଛି। ଏହା ଟିପୁ ସୁଲତାନଙ୍କ ବ୍ୟକ୍ତିଗତ କକ୍ଷରୁ ମିଳିଥିଲା।
୧୭୯୯ରେ ହୋଇଥିବା ଆକ୍ରମଣରେ ଟିପୁ ସୁଲତାନଙ୍କର ମୃତ୍ୟୁ ହୋଇଥିଲା। ଟିପୁ ସୁଲତାନ ‘ଟାଇଗର ଅଫ୍ ମୈସୁର’ ନାମରେ ପରିଚିତ ଥିଲେ। ମଙ୍ଗଳବାର ବିକ୍ରୟ ପୂର୍ବରୁ ଏକ ବିବୃତ୍ତିରେ ଇସଲାମିକ ଏବଂ ଭାରତୀୟ କଳାର ପ୍ରମୁଖ ତଥା ନିଲାମଧାରୀ ଓଲିଭର ହ୍ଵାଇଟ୍ କହିଥିଲେ କି, ଟିପୁ ସୁଲତାନଙ୍କ ସହ ଜଡ଼ିତ ସମସ୍ତ ଅସ୍ତ୍ରଶସ୍ତ୍ର ମଧ୍ୟରୁ ଏହି ଖଣ୍ଡା ହେଉଛି ସର୍ବୋତ୍ତମ, ଯାହା ଏବେ ମଧ୍ୟ ବ୍ୟକ୍ତିଗତ ହାତରେ ଅଛି।