ତ୍ରିରଙ୍ଗା ବାଇକ୍‌ ର‍୍ୟାଲିରେ ଫୁଲ୍‌ ଜୋସ୍‌ରେ ନଜର ଆସିଲେ ବିଜେପି ମନ୍ତ୍ରୀ ଓ ସାଂସଦ, କିନ୍ତୁ ଯୋଗ ଦେଲେନି ଜଣେ ବି ବିରୋଧୀ ଦଳ ନେତା; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଆଜି ନୂଆଦିଲ୍ଲୀ ତ୍ରିରଙ୍ଗାମୟ ହୋଇଛି। ଆୟୋଜିତ ହୋଇଛି ତ୍ରିରଙ୍ଗା ବାଇକ୍‌ ର‍୍ୟାଲି। ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ପତାକା ଦେଖାଇ ଏହି ର‍୍ୟାଲି ଆରମ୍ଭ କରିଥିଲେ। ‘ହର ଘର ତ୍ରିରଙ୍ଗା’ ବାଇକ୍‌ ର‍୍ୟାଲି ଲାଲକିଲ୍ଲାରୁ ବିଜୟ ଚୌକ ଯାଏଁ ଯାଇଥିଲା। ତ୍ରିରଙ୍ଗା ବାଇକ୍‌ ର‍୍ୟାଲିରେ ସମସ୍ତ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ସାମିଲ ହୋଇଥିଲେ। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏହି ର‍୍ୟାଲି ଆୟୋଜିତ ହୋଇଥିଲା ଓ ଏଥିରେ ବହୁ ବରିଷ୍ଠ ନେତାଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ। ସମସ୍ତେ ନିଜ ଦୁଇ ଚକିଆ ଗାଡ଼ିରେ ତ୍ରିରଙ୍ଗା ଲଗାଇ ର‍୍ୟାଲିରେ ଅଂଶଗ୍ରହଣ କରିଥିଲେ। ବାଇକ୍‌ ର‍୍ୟାଲିରେ ସମସ୍ତ କେନ୍ଦ୍ର ମନ୍ତ୍ରୀ ନିଜେ ବାଇକ ଓ ସ୍କୁଟି ଚଲାଇ ଭାଗ ନେଇଥିଲେ। ସେହିପରି ଆଉ କିଛି ସାଂସଦ ଓ ମନ୍ତ୍ରୀ ଦୁଇ ଚକିଆ ଗାଡ଼ିରେ ପଛରେ ବସି ଲାଲକିଲ୍ଲାରୁ ବିଜୟ ଚୌକ ଯାଏଁ ର‍୍ୟାଲିରେ ସାମିଲ ହୋଇଥିଲେ।

ଏହି ର‍୍ୟାଲିର ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏକ ଭିଡିଓରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ତ୍ରିରଙ୍ଗା ବାଇକ ର‍୍ୟାଲିରେ ଭାଗ ନେଇଥିବା ଦେଖାଯାଇଛି। ସ୍ମୃତି ନିଜ ସ୍କୁଟିରେ ତ୍ରିରଙ୍ଗା ଲଗାଇଥିବା ଦେଖାଯାଇଛି।

ଏ ଅବସରରେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କୟା ନାଇଡ଼ୁ କହିଛନ୍ତି, ଲାଲକିଲ୍ଲାରୁ ତ୍ରିରଙ୍ଗା ଯାତ୍ରା ବାହାରିଛି। ଆମେ ସଂସଦ ସଦସ୍ୟ। ସାଧାରଣ ଜନତା ଆମକୁ ଦେଖୁଛନ୍ତି। ଆମକୁ ତାଙ୍କ ସାମ୍ନାରେ ଉଦାହରଣ ଦେବାର ଅଛି। ଦେଶର ଏକତା ପାଇଁ, ମହାନ୍‌ ବ୍ୟକ୍ତିତ୍ୱ ଯେଉଁମାନେ ଦେଶ ପାଇଁ ଜୀବନ ତ୍ୟାଗ କରିଛନ୍ତି, ତାଙ୍କୁ ମନେ ରଖିବାର ଅଛି। ଆମ ଆଗାମୀ ପିଢ଼ିକୁ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଜଣାଇବାର ଅଛି। ସେମାନଙ୍କ ଯୋଗଦାନକୁ ମନେ ରଖିବାର ଅଛି ବୋଲି ଉପରାଷ୍ଟ୍ରପତି କହିଥିଲେ।

ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସମସ୍ତ ରାଜନୈତିକ ଦଳର ସାଂସଦଙ୍କୁ ଏହି ର‍୍ୟାଲିରେ ଭାଗ ନେବାକୁ ଅପିଲ କରିଥିଲେ। ତେବେ ଏହି ର‍୍ୟାଲିରେ ବିରୋଧୀ ଦଳର ଜଣେ ବି ହେଲେ ନେତା ଅଂଶ ଗ୍ରହଣ କରିନଥିବା ଦେଖାଯାଇଛି।

Also Read: ରଣବୀର ସିଂହଙ୍କୁ ‘ନ୍ୟାୟ’ ଦେବାକୁ ସବୁ ଡ୍ରେସ୍‌ ଖୋଲିଦେଲେ ଅଭିନେତ୍ରୀ! ସପିଂ ମଲ୍‌ରୁ ସେୟାର କଲେ ନଗ୍ନ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.