ତିରୁମାଲା ମନ୍ଦିରକୁ ବିଦେଶୀ ନାଗରିକଙ୍କ ଏଣ୍ଟ୍ରି ବ୍ୟାନ, ଜାଣନ୍ତୁ କାରଣ

ତିରୁମାଲା ଭେଙ୍କେଟେଶ୍ବର ମନ୍ଦିର ଟ୍ରଷ୍ଟ ବିଦେଶୀ ନାଗରିକଙ୍କୁ ମନ୍ଦିର ଭିତରକୁ ବ୍ୟାନ କରିବା ପାଇଁ ସୋମବାର ଅପିଲ କରିଛି । ଦର୍ଶନ ପାଇଁ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ଏପରି ପଦକ୍ଷେପ ନେଇଛି । ମନ୍ଦିରର ଟ୍ରଷ୍ଟ ତିରୁମାଲା ତିରୁପତି ଦେବସ୍ଥାନମ (TTD) ବିଦେଶ ଯାତ୍ରାରୁ ଭାରତ ଫେରିବା ଭାପରେ ୨୮ ଦିନ ପର୍ଯ୍ୟନ୍ତ ତିରୁମାଲା ଯାତ୍ରା ନକରିବା ପାଇଁ ଅପିଲ କରିଛି ।

TTDର କହିବା ଅନୁଯାୟୀ ମାରାତ୍ମକ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହାସହିତ ସେ କହିଛନ୍ତି ଯେ ମନ୍ଦିରରେ ସର୍ବଦା ଭକ୍ତମାନଙ୍କର ଭିଡ ଲାଗି ରହିଥାଏ । ଏପରିସ୍ଥଳେ କରୋନା ଭାଇରସରେ ପୀଡିତ କୌଣସି ବିଦେଶୀ ନାଗରିକ ଯଦି ମନ୍ଦିର ଭିତରକୁ ପ୍ରବେଶ କରନ୍ତି ତାହେଲେ ଏହାର ସଂକ୍ରମଣର ବିପଦ ବଢ଼ିଯାଇପାରେ । ଏହି କାରଣରୁ ବିଦେଶୀ ନାଗରିକ ମାନେ ଭାରତରେ ପ୍ରବେଶ କରିବାର ୨୮ ଦିନ ପର୍ଯ୍ୟନ୍ତ ତିରୁମାଲା ଯାତ୍ରା ନକରନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି ।

तिरूमाला मंदिर ने विदेशी नागरिकों की एंट्री पर लगाया बैन! ये है वजह

ସୂଚନା ଅନୁଯାୟୀ ତିରୁମାଲା ତିରୁପତି ଦେବସ୍ଥାନମ (TTD) ଏକ ସ୍ୱତନ୍ତ୍ର ଟ୍ରଷ୍ଟ ଅଟେ ଯାହା ଆନ୍ଧ୍ରପ୍ରଦେଶର ତିରୁମାଲାରେ ତିରୁମାଲା ଭେଙ୍କେଟେଶ୍ବର ମନ୍ଦିରକୁ ସଞ୍ଚାଳନ କରିଥାଏ । ଦୁନିଆର ଦ୍ଵିତୀୟ ସବୁଠାରୁ ଅଧିକ ଧନୀ ଏବଂ ସବୁଠାରୁ ଅଧିକ ପରିଦର୍ଶନ କରଯାଉଥିବା ଧାର୍ମିକ କେନ୍ଦ୍ରର ସଂଚାଳନ ଏବଂ ରାଜକୋଷର ଦେଖାଶୁଣା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.