ଦେଶ ବିଦେଶ

ବୁଡାଜାହାଜ ଟାଇଟନରେ ସରି ସରି ଆସୁଛି ଅକ୍ସିଜେନ: କ୍ଷୀଣ ହୋଇ ଯାଉଛି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିବାର ଆଶା

ନୂଆଦିଲ୍ଲୀ : ରହସ୍ୟ ହୋଇ ରହିଯିବ କି ବୁଡାଜାହାଜ ଟାଇଟନ୍‌। ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ଚାଲିଥିବା ସର୍ଚ୍ଚ ଅପରେସନରୁ ମିଳୁନି କୌଣସି ସଫଳତା। କ୍ଷୀଣ ହୋଇ ଆସୁଛି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିବାର ଆଶା। ସରି ସରି ଆସୁଛି ଅକ୍ସିଜେନ। ଜାହାଜରେ ଆଉ ମାତ୍ର କିଛି ଘଣ୍ଟା ପାଇଁ ଅକ୍ସିଜେନ ମହଜୁଦ ଅଛି। ରବିବାରଠାରୁ ବୁଡାଜାହାଜ ସହିତ କୌଣସି ଯୋଗାଯୋଗ ହୋଇପାରୁନି।

ଏପଟେ ରେସ୍କ୍ୟୁ ଟିମ୍‌ ଚଳାଇଛନ୍ତି ଜୋରଦାର ଅପରେସନ। ସାମିଲ ଅଛନ୍ତି ନୌସେନା, ଏୟାରଫୋର୍ସ ଓ କୋଷ୍ଟ ଗାର୍ଡ। କାନାଡ଼ାର ଏକ ଏୟାରକ୍ରଫ୍ଟ ଆଟଲାଣ୍ଟିକ ଓସେନ୍‌ରେ କିଛି ଶବ୍ଦ ବାରିଛନ୍ତି । ତେବେ ଏହା ସେହି ବୁଡ଼ା ଜାହାଜର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ୫ଜଣଙ୍କୁ ନେଇ କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଉପକୂଳରୁ ଯାତ୍ରା ଆରମ୍ଭ କରିଥିଲା ଏହି ବୁଡାଜାହାଜ ଟାଇଟନ୍‌ । କିନ୍ତୁ ଯାତ୍ରା ଆରମ୍ଭର ମାତ୍ର କିଛି ଘଣ୍ଟା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ବ୍ରିଟିଶ କୋଟିପତି ହରମିଶ ହାରଡିଙ୍ଗ, ପାକିସ୍ତାନୀ ବ୍ୟବସାୟୀ ଶେହଜାଦା ଦାଉଦ ଓ ତାଙ୍କ ପୁଅ । ଆଟଲାଣ୍ଟିକ ମହାସାଗରର ୧୨ ହଜାର ୫୦୦ ଫୁଟ ତଳେ ରହିଛି ଟାଇଟାନିକ ଜାହାଜର ଧ୍ୱଂସାବଶେଷ । ୧୯୧୨ ମସିହାରେ ବିଳାସପୂର୍ଣ୍ଣ ଟାଇଟାନିକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ି ଯାଇଥିଲା। ସାଉଥମ୍ପଟନରୁ ନ୍ୟୁୟର୍କ ଯିବା ବାଟରେ ବିଶାଳ ବରଫଖଣ୍ଡକୁ ଧକ୍କା ଦେଇଥିଲା। ଜାହାଜରେ ୨୨ଶହ ଯାତ୍ରୀଙ୍କ ସହ କ୍ରିୟୁ ସଦସ୍ୟ ଥିଲେ। ଦୁର୍ଘଟଣାରେ ୧୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୮୫ରେ ଏହାର ଧ୍ୱଂସାବଶେଷ ଠାବ ହେବା ପରେ ଏଠାକୁ ବେଳେ ବେଳେ ପର୍ଯ୍ୟଟକ ଯାଇଥାନ୍ତି ବୁଲିବା ପାଇଁ।

Barsha

Recent Posts

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

2 mins ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

8 mins ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

9 mins ago

ଧର୍ମଶାଳା ଓ ରସୁଲପୁର ବ୍ଲକ ଅଫିସ୍ ରେ ଭଙ୍ଗାରୁଜା ଘଟଣାରେ ୨୦ ଗିରଫ

ଯାଜପୁର(କେନ୍ୟୁଜ୍‌): ଯାଜପୁର ଜିଲ୍ଲା ଧର୍ମଶାଳାରେ ମତଦାନ ପରେ ବ୍ଲକ ଅଫିସରେ ଭଙ୍ଗାରୁଜା ଘଟଣାରେ ୨୦ ଜଣ ଗିରଫ । ୨୦ଜଣଙ୍କୁ…

13 mins ago

ଦିଲ୍ଲୀ: ତାଜ୍‌ ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଧୁ ଧୁ ହୋଇ ଜଳୁଛି କୋଚ୍‌

ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ୨୨୮୦ ତାଜ…

25 mins ago

ନିଖୋଜ ଥିଲେ ଏବେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

ଆଠଗଡ(କେନ୍ୟୁଜ୍‌) : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର…

34 mins ago