ପଶ୍ଚିମବଙ୍ଗ : ବିଜେପି କାର୍ଯ୍ୟାଳୟ ଏବଂ ବିଧାୟକ ଅଫିସ ଉପରେ ଆକ୍ରମଣ, ପଥର ମାଡ ସହିତ ଭଙ୍ଗାରୁଜା

ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଆସିବା ପରେ ଅନେକ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଦୁର୍ଗାପୁର ଏବଂ ବର୍ଦ୍ଧମାନରେ ଟିଏମସି ଏବଂ ବିଜେପି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ବର୍ଦ୍ଧମାନରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ବାହାରେ ଟିଏମସି କାର୍ଯ୍ୟକର୍ତ୍ତା ଆକ୍ରମଣ କରିଛନ୍ତି । ଟିଏମସି କାର୍ଯ୍ୟକର୍ତ୍ତା ଜିଲ୍ଲା କାର୍ଯ୍ୟଳୟର ଲାଠି ଏବଂ ପଥରରେ ଆକ୍ରମଣ କରିଛନ୍ତି ।

ବିଜେପି କାର୍ଯ୍ୟାଳୟରେ ବାହାରେ ଥିବା ଗାଡି ଭଙ୍ଗାରୁଜା କରିଛି ଟିଏମସି । ଏହି ଘଟଣାରେ ୩ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି ।

ଆଜି ସକାଳେ ଦୁର୍ଗାପୁରରେ ବିଜେପି ବିଧାୟକ ପାର୍ଟି ଅଫିସ ସାମ୍ନାରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ଦୁର୍ଗାପୁର ଇସ୍ପାତ ନଗରର ଆର୍ଟିଲରୀ ରୋଡରେ ବିଧାୟକ କାର୍ଯ୍ୟାଳୟରେ ଭଙ୍ଗାରୁଜା ଏବଂ ଲୁଟପାଟ ହୋଇଛି । ନିର୍ବାଚନ ଜିତିବା ପରେ ଟିଏମସି କର୍ମୀ ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ଲକ୍ଷ୍ମଣ ଘରୁଇ ଅଭିଯୋଗ କରିଛନ୍ତି । ବିଧାୟକଙ୍କ ପାର୍ଟି କାର୍ଯ୍ୟାଳୟରେ ଭଙ୍ଗାରୁଜା ହେବା ସହିତ ଅନେକ ମୂଲ୍ୟବାନ ଦସ୍ତାବିଜ ଲୁଟ୍‌ ହୋଇଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଟିଏମସି ନେତା ଆକ୍ରମଣ କରିଥିଲେ । ତାଙ୍କ ନାମରେ ଲୁକ୍‌ ଆଉଟ ସର୍କୁଲାର ନୋଟିସ ଜାରି କରାଯାଇଥିଲା । ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ଉତ୍ତର୨୪ ପରଗଣାରେ ଇଡିର ଏକ ଟିମ୍ ଚଢ଼ାଉ କରିବାକୁ ଯାଇଥିଲା । ଏହି ସମୟରେ ଟିଏମସି ନେତାଙ୍କ ସମର୍ଥକମାନେ ଇଡି ଉପରେ ଅତର୍କିତ ଆକ୍ରମଣ କରିଥିଲେ । ୮୦୦ରୁ ୧୦୦୦ ଲୋକେ ଇଡି ଅଧିକାରୀଙ୍କ ସମେତ ତାଙ୍କ ସହ ଯାଇଥିବା ଯବାନଙ୍କ ଉପରକୁ ଟାର୍ଗେଟ୍ କରିଥିଲେ ।

You might also like