କରୋନା ଭାଇରସ ସହ ଲଢ଼ିବା ପାଇଁ ଚୀନ ମାତ୍ର ୮ ଦିନରେ ପ୍ରସ୍ତୁତ କଲା ଏକ ହଜାର ବେଡ଼ ବିଶିଷ୍ଟ ହସ୍ପିଟାଲ, ଦେଖନ୍ତୁ ଭିଡିଓ
କରୋନା ଭାଇରସ ସହ ଲଢ଼ିବା ପାଇଁ ଚୀନ ପ୍ରାୟ ୮ ଦିନ ମଧ୍ୟରେ ପୁରା ହସ୍ପିଟାଲ ପ୍ରସ୍ତୁତ କରିପାରିଛି । ଏହି ହସ୍ପିଟାଲ ଚୀନର ବୁହାନ ସହରରେ ପ୍ରସ୍ତୁତ କରାଯାଇଛି ଯେଉଁଠି କରୋନା ଭାଇରସ ନିଜର କାୟା ବିସ୍ତାର କରିଛି । ଦିନକୁ ଦିନ କରୋନା ବଢୁଥିବାର ଦେଖି ଚୀନ ଦୁଇଟି ହସ୍ପିଟାଲ ପ୍ରସ୍ତୁତ କରିବା ପାଇଁ କହିଥିଲା । ତେବେ ବର୍ତ୍ତମାନ ପ୍ରଥମ ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି ଏବଂ ସୋମବାରଠାରୁ ଏହାକୁ ରୋଗୀ ମାନଙ୍କ ପାଇଁ ଖୋଲି ଦିଆଯିବ ବୋଲି ସୂଚନା ମିଳିଛି । ଏହା ମଧ୍ୟରେ ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୩୬୦ ଛୁଇଁଲାଣି ।
ଜାନୁଆରୀ ୨୪ ତାରିଖରେ ଏହି ହସ୍ପିଟାଲ ତିଆରି କାମ ଆରମ୍ଭ ହୋଇଥିଲା ଓ ୨୫ହଜାର ବର୍ଗମିଟର ସ୍ଥାନରେ ଏହାକୁ ପ୍ରସ୍ତୁତ କରାଯାଇଛି ଯେଉଁଠାରେ ରହିଛି ୧୦୦୦ ବେଡ଼ । ଯେବେଠୁ ଏହି ହସ୍ପିଟାଲ ତିଆରି ଆରମ୍ଭ ହୋଇଛି ସେବେଠାରୁ ଏହାର କନଷ୍ଟ୍ରକ୍ସନର ଲାଇଭ ଷ୍ଟ୍ରିମିଂ କରାଯାଉଛି । ନିର୍ମାଣଧୀନ ସାଇଟ ଉପରେ ମେସିନ ଗୁଡିକୁ ଖଞ୍ଜି ଦିଆଯାଇଛି ଯାହାଦ୍ୱାରା ଖୁବ କମ ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇପାରିବ । ବର୍ତ୍ତମାନ ଏହାର ଭିଡିଓ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି ।
#CoronarivusOutbreak #Wuhan #Huoshenshan Hospital construction has entered its eighth day. Here’s the latest video on its construction progress. pic.twitter.com/dfump0oTec
— China State Construction (@CSCECNEWS) January 31, 2020
ସ୍ଥାନୀୟ ରିପୋର୍ଟ ଅନୁଯାୟୀ ଚୀନର ମେଡିକାଲ ଆର୍ମିର ୧୪୦୦ ଷ୍ଟାଫଙ୍କୁ ଏଠାରେ ସୋମବାରଠାରୁ କାମରେ ଲଗାଯିବ । ବର୍ତ୍ତମାନ ବୁହାନରେ କରୋନା ଭାଇରସରେ ପୀଡିତ ରୋଗୀ ମାନଙ୍କ ପାଇଁ ସମୁଦାୟ ୧୦,୦୦୦ ବେଡ଼ ତିଆରି କରାଯାଇଛି । ଏହା ବ୍ୟତୀତ ଲୋସେନଶାନରେ ମଧ୍ୟ ଆଉ ଏକ ହସ୍ପିଟାଲ ପ୍ରସ୍ତୁତ କରାଯାଉଛି ଯାହା କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଯିବ ।
ଏଠାରେ କହିରଖିବାକୁ ଚାହିଁବୁ ଯେ ୨୦୦୨ ମସିହାରେ ଚୀନରେ ସାର୍ସ ଭାଇରସ କାରଣରୁ ପ୍ରାୟ ୬୫୦ ଜଣ ଲୋକ ମରିଯାଇଥିଲେ । ତେବେ ସେହି ସମୟରେ ଚିନ ମାତ୍ର ୭ ଦିନ ମଧ୍ୟରେ ୧୦୦୦ ବେଡ଼ ବିଶିଷ୍ଟ ଏକ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ କରିପାରିଥିଲା ।