କରୋନା ବ୍ୟାପିବା ଭୟରେ ସିଲ କରାଯାଉଛି ବିଭିନ୍ନ ରାଜ୍ୟର ସୀମା

ରାଜ୍ୟରୁ ଅନ୍ୟ ରାଜ୍ୟକୁ ଲୋକେ ଆଉ ଯେମିତି ଅତିକ୍ରମ ନକରି ପାରନ୍ତି ସେନେଇ ରାଜ୍ୟର ସୀମା ବର୍ତ୍ତୀ ଅଞ୍ଚଳ ଗୁଡିକରେ ଅସ୍ଥାୟୀ ବ୍ୟାରିକେଡ଼ ଲଗାଇବା ଆରମ୍ଭ କରିଛନ୍ତି ଅଧିକାଂଶ ରାଜ୍ୟ । ପ୍ରଥମେ ତାମିଲ ନାଡୁର ସୀମାନ୍ତ ଜିଲ୍ଲା ଭେଲୋରର ଅଧିକାରୀମାନେ ଆନ୍ଧ୍ର ସୀମାବର୍ତ୍ତୀ ରାସ୍ତାରେ ରାତିକ ଭିତରେ ଏକ କଂକ୍ରିଟ କାନ୍ଥ ନିର୍ମାଣ କରି ସମସ୍ତଙ୍କ ନଜରକୁ ଆସିଥିଲେ । ଯାହାକି ଦୁଇ ରାଜ୍ୟ ଭିତରେ ସ୍ଥଳ ପଥରେ ଯିବା ଆସିବା ସୀମାକୁ ଏକ ପ୍ରକାର ବନ୍ଦ କରିଦେଇଥିଲା । ଏହି କାରଣରୁ ହିଁ ତାମିଲ ନାଡ଼ୁର ଅନେକ ଦୁଗ୍ଧ ଚାଷୀ ପଡୋଶୀ ଆନ୍ଧ୍ର ରାଜ୍ୟକୁ ନିଜ ଉତ୍ପାଦିତ କ୍ଷୀର ନେଇ ଯାଇ ପାରିନଥିଲେ । ରାଜ୍ୟର ସୀମା ବନ୍ଦ ହେବା କାରଣରୁ ଗୋଟିଏ ରାଜ୍ୟର ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ନେଇ ଯିବାକୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

boundaries

ଖାଲି ସେତିକି ନୁହେଁ ଗତ ସପ୍ତାହରେ ଉଭୟ ନୋଏଡା ଏବଂ ଗାଜିଆବାଦ ଅଂଚଳ କରୋନା ବ୍ୟାପିବା ଭୟରେ ଦିଲ୍ଲୀ ସହିତ ନିଜ ନିଜ ସୀମା ସିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ଏମିତିକି ଏବାବଦରେ ନୋଏଡା ପାଦେ ଆଗକୁ ଯାଇ କୋଭିଡ ଡ୍ୟୁଟିରେ ଜଡିତ ମେଡିକାଲ କର୍ମଚାରୀ ବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟ୍ରାଭେଲ ପାସ ପ୍ରଦାନ କରିବ ନାହିଁ ବୋଲି ଘୋଷଣା କରିଥିଲେ । ଗୋଆ ସିଏମ ପ୍ରମୋଦ ସାୱନ୍ତ ବି ମହାରାଷ୍ଟ୍ର ଓ କର୍ଣ୍ଣାଟକ ପରି ରାଜ୍ୟ ସହିତ ମେ 2 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.