ନୂଆ କୃଷି ଆଇନକୁ ବିରୋଧ କରି ୧୮ ଦିନରେ ଚାଷୀ ଆନ୍ଦୋଳନ: ଆଜି ଖାଦ୍ୟ ସାମଗ୍ରୀ ଓ ରହଣୀ ବ୍ୟବସ୍ଥା ସହ ୧୨ ଶହ ଟ୍ରାକ୍ଟରରେ ରାଜସ୍ଥାନରୁ ବାହାରିବେ ୫୦ ହଜାର ଅନ୍ନଦାତା

ଦିଲ୍ଲୀ: ଟୋଲ୍‌ ପ୍ଲାଜା ପରେ ଏବେ ଟ୍ରାକ୍ଟର ମାର୍ଚ୍ଚ । ନୂଆ କୃଷି ଆଇନକୁ ବିରୋଧ କରି ୧୮ ଦିନରେ ଚାଷୀ ଆନ୍ଦୋଳନ । ଆଜି ରାଜସ୍ଥାନରୁ ବାହାରିବ ଟ୍ରାକ୍ଟର ରାଲି । ୧୨୦୦ ଟ୍ରାକ୍ଟରରେ ବାହାରିବେ ୫୦ ହଜାର ଅନ୍ନଦାତା । ଖାଦ୍ୟ ସାମଗ୍ରୀ ଓ ରହଣୀ ବ୍ୟବସ୍ଥା ସହ ୧୨ ଶହ ଟ୍ରାକ୍ଟର ଓ ଟ୍ରଲିରେ ଦିଲ୍ଲୀ ଆସୁଛନ୍ତି ସେମାନେ।

ଅବରୋଧ କରିବେ ଦିଲ୍ଲୀ-ଜୟପୁର ହାଇୱେ । ଆମରଣ ଅନଶନରେ ବସିବେ ଚାଷୀ। ଗତକାଲି ଏକାଧିକ ଟୋଲ୍‌ ପ୍ଲାଜାକୁ ଆନ୍ଦୋଳନକାରୀ କୃଷକ ନିଜ କବଜାକୁ ନେବାପରେ ଆଜି ଟ୍ରାକ୍ଟର ରାଲି ବାହାର କରିବେ । ଆସନ୍ତାକାଲି ଦେଶବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ ।

ସେପଟେ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ସରକାରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ କୃଷକମାନେ ତାଙ୍କ ଜିଦ୍‌ରେ ଅଡି ରହିଛନ୍ତି ।

Leave A Reply

Your email address will not be published.