ଆଧାର ବୈଧତା କେତେ? ଏହି ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ଦିଲ୍ଲୀ(କେନ୍ଯୁଜ୍) : ଆଧାର କାର୍ଡ ବାଧ୍ୟତାମୂଳକ ହେବ ନା ନାହିଁ? ଏହି ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ରାୟ ଶୁଣାଇବେ । ଆଧାର କାର୍ଡକୁ ଚ୍ୟାଲେଞ୍ଜ କରି ୨୭ଟି ଆବେଦନ କରାଯାଇଥିଲା । ଦୀର୍ଘ ୩୮ ଦିନ ଧରି ଏହାର ଶୁଣାଣି କରିଥିଲେ କୋର୍ଟ । ଆଧାର କାର୍ଡ ବାଧ୍ୟତାମୂଳକ ହେଲେ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଗୋପନୀୟତା ଅଧିକାରର ଉଲଂଘନ ହେବ ବୋଲି ଆବେଦନକାରୀ ଯୁକ୍ତ ଦର୍ଶାଇଥିଲେ ।

Aadhar-cardପ୍ୟାନ୍‌, ବ୍ୟାଙ୍କ ଆକାଉଣ୍ଟ, ଡ୍ରାଇଭିଂ ଲାଇସେନ୍‌ସ, ପାସପୋର୍ଟ ଏବଂ ମୋବାଇଲ ଫୋନ୍‌ ପାଇଁ ସରକାର ଆଧାରକାର୍ଡକୁ ବାଧ୍ୟତାମୂଳକ କରିଥିଲେ । ତେବେ ବ୍ୟାଙ୍କ ଆକାଉଣ୍ଟ ଏବଂ ମୋବାଇଲ ଫୋନ୍‌ ପାଇଁ ଆଧାର କାର୍ଡ ସଂଯୋଗର ଶେଷ ତାରିଖକୁ ଗତ ମାର୍ଚ୍ଚରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେଇଥିଲେ ସୁପ୍ରିମକୋର୍ଟ । ଅନ୍ୟପଟେ ଆଧାର କାର୍ଡ ଡାଟା ଲିକ୍‌ ହେବ ନାହିଁ ବୋଲି ସରକାର ଏବଂ ଆଧାର କର୍ତ୍ତୃପକ୍ଷ ୟୁଆଇଏଡିଆଇ ଯୁକ୍ତି ରଖିଥିଲେ ।

 

 

You might also like