ରାମ ଜନ୍ମଭୂମି- ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲା , ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍) : ରାମ ଜନ୍ମଭୂମି- ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ସମାଧାନ ପାଇଁ ମଧ୍ୟସ୍ଥି ପଠାଯିବ ନା ନାହିଁ ସେନେଇ କୋର୍ଟରେ ନିଷ୍ପତ୍ତି ହୋଇପାରେ। ଗତ ଶୁଣାଣିବେଳେ ସୁପ୍ରିମକୋର୍ଟ ଆଲୋଚନା ମାଧ୍ୟମରେ ବିବାଦ ଶେଷ କରିବାକୁ ସମସ୍ତ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ସଦସ୍ୟ ସମ୍ବିଧାନ ପୀଠ କହିଥିଲେ, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବା ଦରକାର। ଏହା ଉପରେ ମୁସଲିମ ପକ୍ଷକାର ଆଇନଜୀବୀ ରାଜୀବ ଧାୱନ କକହିଥିଲେ, ଯଦି ଅଦାଲତ ଚାହିଁବେ ତାହେଲେ ଉଦ୍ୟମ ହୋଇପାରିବ। ସେହିପରି ରାମଲଲା ବିରାଜମାନର ଆଇନଜୀବୀ ସିଏସ ବୈଦ୍ୟନାଥନ କହିଛନ୍ତି, ପୂର୍ବରୁ ମଧ୍ୟସ୍ଥି ପାଇଁ ଉଦ୍ୟମ ହୋଇଛି କିନ୍ତୁ କିଛି ଲାଭ ହୋଇନାହିଁ। ହିନ୍ଦୁ ପକ୍ଷକାର ଆଇନଜୀବୀ ରଂଜିତ କୁମାର କହିଥିଲେ ଏବେ ମଧ୍ୟସ୍ଥତା ସମ୍ଭବ ନୁହେଁ। ଏବେ ଅପେକ୍ଷା ଆଜି ଶୁଣାଣି ବେଳ କଣ ନିଷ୍ପତ୍ତି ହେଉଛି। ଦୀର୍ଘଦିନ ଧରି ଅଯୋଧ୍ୟା ମାମାଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି।