ସିଭିସିରେ ହାଜର ହେଲେ ଆଲୋକ ବର୍ମା, ଚାଲିଛି ପଚରାଉଚରା

ଦିଲ୍ଲୀ(କେନ୍ଯୁଜ୍) : ସିଭିସିରେ ହାଜର ହେଲେ ଆଲୋକ ବର୍ମା। ତାଙ୍କୁ ପଚରାଉଚରା କରାଯାଉଛି । ଜଷ୍ଟିସ୍‌ ଏ.କେ.ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି । ଗତକାଲି ଆଲୋକ ବର୍ମା ଓ ରାକେଶ ଅସ୍ଥାନା ସିଭିସିଙ୍କୁ ଭେଟିଥିଲେ । ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର କେ.ଭି. ଚୌଧୁରୀ ଓ ଭିଜିଲାନ୍ସ କମିଶନର ଶରଦ କୁମାର ପଚରାଉଚରା କରିଥିଲେ । ହେଲେ ଅନ୍ୟ ଭିଜିଲାନ୍ସ କମିଶନର ଟି.ଏମ୍‌ ଭସିନ୍‌ ଉପସ୍ଥିତ ନଥିଲେ । ଏଥିପାଇଁ ଆଜି ପୁଣି ଥରେ ଆଲୋକ ବର୍ମାଙ୍କୁ ପଚରାଉଚରା କରିବ ସିଭିସି । ଆଲୋକ ବର୍ମାଙ୍କ ବିରୋଧରେ ଅସ୍ଥାନା ଆଣିଥିବା ଅଭିଯୋଗର ତଦନ୍ତ ଦୁଇ ସପ୍ତାହ ମଧ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.କେ. ପଟ୍ଟନାୟକଙ୍କ ତତ୍ତ୍ୱାବଧନରେ ଏହି ଦୁର୍ନୀତିର ତଦନ୍ତ କରାଯାଉଛି । ବର୍ମା ଓ ଅସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବାରୁ କେନ୍ଦ୍ର ସରକାର ଦୁଇ ଜଣଙ୍କୁ ଛୁଟିରେ ପଠାଇଛନ୍ତି ।