ଆଜି ମଧ୍ୟପ୍ରଦେଶରେ ସୁପର ଶୋ’, ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ୩ ହେବିୱେଟ୍ ନେତା

ମଧ୍ୟପ୍ରଦେଶ(କେନ୍ଯୁଜ୍) : ଆଜି ମଧ୍ୟପ୍ରଦେଶରେ ସୁପର ଶୋ’ । ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ତିନି ନେତା ମଧ୍ୟପ୍ରଦେଶର ଅଲଗା ଅଲଗା ସହରରେ ନିର୍ବାଚନୀ ସଭା କରିବେ । ପ୍ରଧାନମନ୍ତ୍ରୀ ଗ୍ଵାଲିୟର ଓ ଶହଡୋଲରେ ରାଲି କରିବେ । ଅମିତ ଶାହ ବୁନ୍ଦେଲଖଣ୍ଡରେ ପ୍ରଚାର କରିବେ । ଏହା ସହ ସାଗରରେ ଏକ ବୈଠକରେ ଯୋଗଦେବେ ।
ସେହିପରି ରାହୁଲ ଗାନ୍ଧି ସାଗରରୁ ନିର୍ବାଚନୀ ସଭା ଆରମ୍ଭ କରିବାର କାର୍ଯ୍ଯକ୍ରମ ରହିଛି । ଆଜିଠୁ ୫ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଅମିତ ଶାହ ଲଗାତର ତିନି ଦିନ ଧରି ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ।