ଆଜି ସରୁଛି ଅନଲକ୍‌ ୪: ଅନଲକ୍‌-୫କୁ ନେଇ ଖୁବ୍ ଶୀଘ୍ର ନୂଆ ଗାଇଡଲାଇନ୍‌ ଜାରି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି ସରୁଛି ଅନଲକ୍‌ ୪ । ଆସିବ ଅନଲକ୍‌-୫ । ନୂଆ ଗାଇଡଲାଇନ୍‌ ଜାରି କରିବେ କେନ୍ଦ୍ର ସରକାର । କ’ଣ ହେବ ଅନଲକ୍‌-୫ର ରୂପରେଖ ? ଖୋଲିବ କି ସିନେମା ହଲ, ସୁଇମିଂ ପୁଲ୍‌, ଥିଏଟର ? ଅକ୍ଟୋବର ପାଇଁ କଣ ହେବ ସରକାରଙ୍କ ଷ୍ଟ୍ରାଟେଜୀ । ସେହିଭଳି ରାଜ୍ୟରେ ମନ୍ଦିର ଖୋଲିବ କି ? ଏହି ନିଷ୍ପତ୍ତି ଉପରେ ମଧ୍ୟ ନଜର ରହିଛି । ପୂର୍ବରୁ ଧାର୍ମିକ ଅନୁଷ୍ଠାନକୁ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । କିନ୍ତୁ ଓଡ଼ିଶାରେ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ଧାର୍ମିକ ଅନୁଷ୍ଠାନ । ଅକ୍ଟୋବରରେ ରାଜ୍ୟ ସରକାର ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେବେ କି ନାହିଁ ତାହାକୁ ଅପେକ୍ଷା।

ସାରା ଦେଶରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିଛି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରଖିବା ନେଇ ପୂର୍ବରୁ ଘୋଷଣା କରିଥିଲେ । ସେହିଭଳି ସୁଇମିଂ ପୁଲ୍‌, ସିନେମା ହଲ, ଥିଏଟର, ବାର ଏବେ ବି ବନ୍ଦ ରହିଛି । ଏସବୁ ଖୋଲିବ କି ନାହିଁ, ତାରି ଉପରେ ନଜର ରହିଛି । କେନ୍ଦ୍ରର ଅନଲକ ୪ ଗାଇଡଲାଇନରେ କୁହାଯାଇଥିଲା ମନଇଚ୍ଛା ରାଜ୍ୟ ସରକାର ଲକ୍‌ ଡାଉନ କରିପାରିବେନି ।

brainଯଦି ଲାଗୁ କରିବେ ତେବେ କେନ୍ଦ୍ର ସହ ଆଲୋଚନା କରିବାକୁ ପଡ଼ିବ । କେନ୍ଦ୍ରର ଅନଲକ-୪ ଗାଇଡ ଲାଇନ ଅନୁସାରେ ସେପ୍ଟେମ୍ବର ୨୧ରୁ ସାମାଜିକ, ରାଜନୈତିକ, ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବାଧିକ ଶହେ ଲୋକ ଏକାଠି ହୋଇପାରିବେ । ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.