ଆଜି ଜିଏସ୍ଟି କାଉନ୍ସିଲ ବୈଠକ , ୨ଟି ମନ୍ତ୍ରୀସ୍ତରୀୟ କମିଟିର ରିପୋର୍ଟ ଉପରେ ହେବ ଆଲୋଚନା

ଦିଲ୍ଲୀ(କେନ୍ୟୁଜ୍) : ଆଜି ଜିଏସ୍ଟି କାଉନ୍ସିଲ ବୈଠକ। ଆଜିର ବୈଠକରେ ୨ଟି ମନ୍ତ୍ରୀସ୍ତରୀୟ କମିଟିର ରିପୋର୍ଟ ଉପରେ ହେବ ଆଲୋଚନା। ବିହାର ଅର୍ଥମନ୍ତ୍ରୀ ସୁଶୀଲ ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି, କେରଳ ପାଇଁ ୧ ପ୍ରତିଶତ କାଲାମିଟି ସେସ୍ ସୁପାରିଶ କରିଛି। ବନ୍ୟାରେ ବହୁ କ୍ଷତି ସହିଛି କେରଳ। କାଉନସିଲ ଅନୁମତି ମିଳିଲେ ଥଇଥାନ ଓ ପୁନଃରୁଦ୍ଧାର କାମ ଲାଗି କେରଳ ୧ ପ୍ରତିଶତ ସେସ୍ ଲଗାଇ ପାରିବ। ଏହାସହ ଯେଉଁ ରାଜ୍ୟ କାଲାମିଟି ସେସ୍ ଲଗାଇବାକୁ ଚାହିଁବେ ସେମାନେ ଜିଏସ୍ଟି କାଉନସିଲରେ ଆବେଦନ କରି ଅନୁମତି ନେଇ ପାରିବେ। କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଶିବପ୍ରସାଦ ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଗଠିତ ଆଉ ଏକ କମିଟି, ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ ରିହାତି ସୁପାରିଶ କରିଛନ୍ତି। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବର୍ତ୍ତମାନ ବ୍ୟବସାୟରେ ୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଟର୍ନ ଓଭର ପାଇଁ ଜିଏସ୍ଟି ଛାଡ ବ୍ୟବସ୍ଥା ରହିଛି। ଏହି ସୀମାକୁ ବୃଦ୍ଧି ପାଇଁ ସୁପାରିଶ କରାଯାଇଛି। ଏ ସବୁ ସୁପାରିଶ ଉପରେ ଆଜି ଆଲୋଚନା ହୋଇପାରେ।