ଧାରା ୩୭୦ ଉଚ୍ଛେଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଆଜି ସୁପ୍ରିମ କୋର୍ଟରେ ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠାଯିବା ନେଇ ଉପରେ ଆଜି ଶୁଣାଣି କରାଯିବ। ପୂର୍ବରୁ ୩୭୦ ଧାରା ଉଠାଯିବା ଓ ରାଜ୍ୟ ପୁନର୍ଗଠନ ବିରୋଧରେ ବିଭିନ୍ନ ପିଟିସନ ଦାୟର କରାଯାଇଥିଲା । ଏହି ପିଟିସନ ଗୁଡିକ ଉପରେ ହିଁ ଏହି ଶୁଣାଣି କରାଯିବ । ସୂଚନା ମୁତାବକ ଗତ ମାସ ପ୍ରଥମ ସପ୍ତାହରେ ସଂସଦରେ ଜାମ୍ମୁ କାଶ୍ମୀରୁ ୩୭୦ ଧାରା ଉଠାଯିବା ଓ ରାଜ୍ୟ ପୁନର୍ଗଠନ ଉପରେ ବିଲ ପାରିତ ହୋଇଥିଲା ।  ଏହା ପରେ ଦେଶର କିଛି ବରିଷ୍ଠ ନେତାଙ୍କ ତରଫରୁ ଏହା ବିରୋଧରେ ସୁପ୍ରିମ କୋର୍ଟରେ ବିଭିନ୍ନ  ପିଟିସନ ଦାୟର କରାଯାଇଥିଲା।

ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦଙ୍କ ଆବେଦନ ଉପରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। କାଶ୍ମୀରରେ ବିଭିନ୍ନ ପ୍ରକାର କଟକଣାକୁ ନେଇ ବର୍ତ୍ତମାନ ସ୍ଥିତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ସ୍ଥିତି ସୁଧାର ଲାଗି ସମୟ ଦରକାର ବୋଲି କେନ୍ଦ୍ର ସରକାରଙ୍କ ମତକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଏଭଳି ସ୍ଥିତିରେ ଜାମ୍ମୁ ଓ କାଶ୍ମୀର ପାଇଁ ସ୍ୱତନ୍ତ୍ର ଭାବେ ସମ୍ବିଧାନରେ ଥିବା ୩୭୦ ଧାରା ଉଚ୍ଛେଦକୁ ନେଇ ଗତ ୧୨ ତାରିଖରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ। ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ ଏସ.ଏ. ବୋବଡେ ଓ ଜଷ୍ଟିସ ଏସ. ଅବଦୁଲ ନାଜୀରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବେ। ଜାମ୍ମୁ ଓ କାଶ୍ମୀର ପୁର୍ନଗଠନ ଓ ପରବର୍ତ୍ତୀ କଟକଣାକୁ ନେଇ ଏହି ବେଂଚ ଅନେକ ଆବେଦନର ଶୁଣାଣି କରିସାରିଛନ୍ତି। ଗତ ମାସରେ ସମାଜସେବୀ ତହସିନ ପୁନୱାଲା, କଶ୍ମୀର ଟାଇମ୍ସର ସଂପାଦକ ଅନୁରାଧା ବାସିନ ଓ ଅନ୍ୟମାନେ କାଶ୍ମୀରକୁ ନେଇ କରିଥିବା ଆବେଦନର ଶୁଣାଣି ମଧ୍ୟ ଆଜି ହେବ ।