ଆଜି ମହାରାଷ୍ଟ୍ର ବିଧାନସଭାରେ ଶକ୍ତି ପରୀକ୍ଷା, ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ : ଆଜି ସିନ୍ଦେଙ୍କ ଶକ୍ତି ପରୀକ୍ଷା । ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକାନଥ ସିନ୍ଦେ । ଗତ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ। ଉପମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସ୍‌ ଶପଥ ନେଇଥିଲେ । ଆଜି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ବହୁମତ ସାବ୍ୟସ୍ତ କରିବା କ୍ଷେତ୍ରରେ ଯଦି ଉଦ୍ଧବ ଗୋଷ୍ଠୀ ବିଧାୟକମାନେ ସିନ୍ଦେ ସରକାର ପ୍ରତି ସମର୍ଥନ ନଦିଅନ୍ତି ତେବେ ବାଚସ୍ପତି ସେମାନଙ୍କ ବିରୋଧରେ କି ପଦକ୍ଷେପ ନେବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ବାଚସ୍ପତି ନିର୍ବାଚନ ଓ ଶକ୍ତି ପରୀକ୍ଷା ପାଇଁ ମହାରାଷ୍ଟ୍ର ବିଧାନସଭାର ୨ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ଗତକାଲି ବାଚସ୍ପତି ନିର୍ବାଚନରେ ବାଜି ମାରିଥିଲା ସିନ୍ଦେ କ୍ୟାମ୍ପ। ସହଜରେ ଜିତିଥିଲେ ବିଜେପି ଓ ଏକାନଥ ସିନ୍ଦେ ଗୋଷ୍ଠୀର ପ୍ରାର୍ଥୀ ରାହୁଲ ନାର୍ଭେକର । ରାହୁଲଙ୍କ ସପକ୍ଷରେ ପଡ଼ିଥିଲା ୧୬୭ ଭୋଟ। ଯାହା ନିର୍ଦ୍ଧାରିତ ସଂଖ୍ୟା ଠାରୁ ୧୯ ଅଧିକ। ଏମଭିଏ ବାଚସ୍ପତି ପ୍ରାର୍ଥୀ ରାଜନ ସାଲଭୀଙ୍କ ସମର୍ଥନରେ ପଡ଼ିଥିଲା ୧୦୭ ଭୋଟ । ସିନ୍ଦେଙ୍କ ସହ ଅଛନ୍ତି ଶିବସେନାର ୪୦ ବିଦ୍ରୋହୀ ବିଧାୟକ। ଏପଟେ NCP ମୁଖ୍ୟ ଶରଦ ପାଓ୍ଵର କହିଛନ୍ତି ସିନ୍ଦେ ସରକାର ୬ମାସରେ ଭାଙ୍ଗିଯିବ। ମହାରାଷ୍ଟ୍ରରେ ସମସ୍ତେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.