ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ: ଚଳିତ ବର୍ଷ ଥିମ୍‌ ରହିଛି “Their Survival is in our hands”

ନୂଆଦିଲ୍ଲୀ: ବିଶ୍ୱରେ ଲୋକଙ୍କ ଭିତରେ ବାଘ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ଜୁଲାଇ ୨୯ରେ ପାଳିତ ହେଉଛି ଅର୍ନ୍ତଜାତୀୟ ବ୍ୟାଘ୍ର ଦିବସ। ୨୦୧୦ ମସିହାରେ ସେଣ୍ଟପିଟରସବର୍ଗ ବ୍ୟାଘ୍ର ସମ୍ମିଳନୀରେ ବ୍ୟାଘ୍ର ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ଆଜିର ଦିନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେବା ସହ ସେମାନଙ୍କ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା । ଚଳିତ ବର୍ଷ ବ୍ୟାଘ୍ର ଦିବସର ଥିମ୍‌ ରହିଛି “Their Survival is in our hands”

ବିଗ୍‌ କ୍ୟାଟ୍‌ । ଯେତେ ଶକ୍ତିଶାଳୀ ପରିବେଶ ସନ୍ତୁଳନ ରକ୍ଷାରେ ସେତେ ଜରୁରୀ। ଗତ କିଛି ବର୍ଷ ହେବ ଭାରତରେ ବଢିଛି ମହାବଳଙ୍କ ସଂଖ୍ୟା। କିନ୍ତୁ ଓଡିଶାରେ କମିଛି ସେମାନଙ୍କ ସଂଖ୍ୟା। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୮ରେ ଦେଶରେ ମହାବଳ ବାଘ ସଂଖ୍ୟା ଥିଲା ୨୯୬୭। ଓଡ଼ିଶାରେ ଏ ସଂଖ୍ୟା ଥିଲା ୨୮ । ୨୦୧୪ରେ ୨୮, ୨୦୧୦ରେ ୩୨, ୨୦୦୬ରେ ୪୫ଟି ମହାବଳ ବାଘ ଓଡିଶାରେ ଥିଲେ । ୨୦୦୬ ତୁଳନାରେ ୨୦୧୮ ବେଳକୁ ବାଘ ସଂଖ୍ୟା ୩୮ ପ୍ରତିଶତ କମିଛି। ୨୦୧୮ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କତ୍ତୃପକ୍ଷଙ୍କ ଗଣନା ତ୍ରୁଟିପୂର୍ଣ୍ଣ କହି, ରାଜ୍ୟ ବନ ବିଭାଗ ବାଘ ଗଣନା କରିଥିଲା । ଜଣାପଡିଥିଲା ଓଡିଶାରେ ୪୦ ବାଘ ଅଛନ୍ତି।

ସାତକୋଶିଆ ଟାଇଗର ରିଜର୍ଭରେ ବାଘ ବଂଶର ବିସ୍ତାର ପାଇଁ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏଥି ପାଇଁ ୨୬ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେଲା। ପ୍ରକଳ୍ପ ଅଧିନରେ ମଧ୍ୟପ୍ରଦେଶରୁ ଆସିଥିଲା ‘ମହାବୀର’ ଓ ‘ସୁନ୍ଦରୀ’। ବେଶୀ ଦିନ ରହି ପାରିଲାନି ମହାବୀର। ତାର ମୃତ୍ୟୁ ହୋଇଥିଲା। ମଣିଷମରା ଅଭିଯୋଗରେ ସୁନ୍ଦରୀ ପାଖାପାଖି ଦେଢ ବର୍ଷ ଧରି ଏନ୍‌କ୍ଲୋଜର ଭିତରେ ରହିଲା। ଯାହା ପ୍ରକଳ୍ପ ପାଇଁ ଏକ ଶକ୍ତ ଧକ୍କାଥିଲା । NTA ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ ଆରମ୍ଭ କରିଥିବା ଆନ୍ତଃରାଜ୍ୟ ପ୍ରକଳ୍ପକୁ ବାତିଲ କଲା। ସୁନ୍ଦରୀ ପୁଣି ଫେରିଗଲା ମଧ୍ୟପ୍ରଦେଶ। କୋଟି କୋଟି ଟଙ୍କା ପ୍ରକଳ୍ପ ପାଣିରେ ପଡିଲା। ବାଘ ଏବେ ବିପଦରେ। କେତେ ବେଳେ ଶିକାର ଖବର ଆସୁଛି ତ ଆଉ କେତେବେଳେ ଶିକାରୀ ବାଘ ଛାଲ ସହ ଧରାପଡୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.