ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ଯୋଗ ମୁଦ୍ରାରେ ପୂରା ବିଶ୍ୱ, ଏ ବର୍ଷର ଥିମ୍‌ ‘ଯୋଗ ଫର ହ୍ୟୁମାନିଟି’

କେନ୍ୟୁଜ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ମୁଦ୍ରାରେ ପୂରା ବିଶ୍ୱ । ଏ ବର୍ଷର ଥିମ୍‌ ରହିଛି ‘ଯୋଗ ଫର ହ୍ୟୁମାନିଟି’ । ଅର୍ଥାତ ଜୀବନ ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ମହିଶୁର ପ୍ୟାଲେସ୍‌ରେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ଯୋଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏଥିସହିତ ଦେଶର ୭୫ ଐତିହ୍ୟସ୍ଥଳୀରେ ମଧ୍ୟ ଯୋଗଦିବସ ପାଳିତ ହେବ । କରୋନା ମହାମରୀ ସମୟରେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯୋଗ ସହାୟକ ହୋଇଥିଲା । ୨୦୧୪ ଡିସେମ୍ବରରେ ଯୋଗ ଦିବସ ଘୋଷଣା କରିଥିଲା ଜାତିସଂଘ । ଜୁନ୍‌ ୨୧କୁ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.